ବ୍ରହ୍ମଗିରି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଶୁକ୍ରବାର ଦିନ ବ୍ରହ୍ମଗିରି ରେବଣା ନୂଆଗାଁ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ସଭା ଗୃହରେ ବିଶ୍ବ ମଧୁମେହ ଦିବସ ପାଳିତ ହୋଇଯାଇଛି । ମଧୁ ମେୟ ରୋଗ ବିଷୟରେ ସଚେତନା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ‘ବିଶ୍ବ ମଧୁମେହ ଦିବସ’ ଭାବେ ପାଳନ କରାଯାଏ I ଏହି ଦିବସର ମୁଖ୍ୟଲକ୍ଷ୍ୟ ହେଉଛି ସ୍ବାସ୍ଥ୍ୟ ଶିବିର, ସ୍ବାସ୍ଥ୍ୟ ସମ୍ବନ୍ଧିତ ବାର୍ତ୍ତା,ା ସମିତି ତଥା ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ମଧୁମେହ ରୋଗ ପ୍ରତି ଜନସଚେତନତା ସୃଷ୍ଟି କରିବା । ଏହି ରୋଗର ସବୁଠାରୁ ବଡ଼ କାରଣ ହେଉଛି ଖରାପ ଏବଂ ପରିବର୍ତ୍ତିତ ଜୀବନଶୈଳୀ ।

ମଧୁମେହକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ I ସାରା ବିଶ୍ବରେ ମଧୁମେହ ରୋଗ ଏକ ମହାମାରୀର ରୂପ ନେବାକୁ ବସିଲାଣି । ଘଣ୍ଟା ଘଣ୍ଟା ଧରି କମ୍ପ୍ୟୁଟର, ମୋବାଇଲ ଆଗରେ ବସି ରହିବା, ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରିବା, ଦିନରେ ବିଳମ୍ବରେ ଉଠିବା, ବ୍ୟାୟାମ ନ କରିବା, ଅତ୍ୟଧୂକ ତେଲ, ମସଲା ଖାଇବା ଦ୍ବାରା ମଣିଷକୁ ଗ୍ରାସ କରୁଛି ଅନେକ ପ୍ରକାର ରୋଗ | ସେଥିମଧ୍ୟରୁ ସର୍ବାଧିକ ଲୋକଙ୍କୁ ଆକ୍ରାନ୍ତ କରୁଥିବା ରୋଗ ହେଉଛି ମଧୁମେହ ରୋଗ | ନିୟମିତ ଡାକ୍ତର ପରାମର୍ଶ ନେବା ସହ ଉପଯୁକ୍ତ ଚିକିତ୍ସା ମଧୁମେହ ନିୟନ୍ତ୍ରଣରେ ସହାୟକ ହୋଇଥାଏ I

ସନ୍ତୁଳିତ ଆହାର ସହ ନିୟମିତ ବ୍ୟାୟାମ, ଯୋଗ, ଚଲାବୁଲା ଆଦି ଉପରେ ଦୃଷ୍ଟି ଦେଲେ, ଏହାକୁ ନିୟନ୍ତ୍ରଣରେ ରଖାଯାଇପାରିବ। ଲୋକମାନଙ୍କୁ ଏହି ରୋଗ ବାବଦରେ ସଚେତନ କରାଇବା ପାଇଁ ପ୍ରତିବର୍ଷ ନଭେମ୍ବର ୧୪ ତାରିଖରେ ମଧୁମେହ ଦିବସ ପାଳନ କରାଯାଏ I ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଅତିରିକ୍ତ ଚିକିତ୍ସାଧିକାରିଣୀ ସଂଞ୍ଜୁରାଣୀ ଦାସ,
ଜିଲ୍ଲା ଯୋଗାଯୋଗ ଅଧିକାରୀ ରବୀନ୍ଦ୍ର ପ୍ରଧାନ, ଜିଲ୍ଲା ଉପ ଯୋଗାଯୋଗ ଅଧିକାରୀ ବେଣୁଧର ନାୟକ ,ଆଶା ଓ ଗାଁ କଲ୍ୟାଣ ଅଧିକାରୀ ଅଶୋକ ସାହୁ, ବ୍ଲକ ଶିଶୁ କଲ୍ୟାଣ ଅଧିକାଋଣୀ ଝରଣା ଶତପଥୀ, ଜଣ ସ୍ୱାସ୍ଥ୍ୟ ଅଧିକାରୀ ବଦ୍ରନାଥ ମିଶ୍ର ଓ ଆଶା ଓ ସ୍ୱାସ୍ଥ୍ୟ କର୍ମୀ ମାନେ ଉପସ୍ଥିତ ଥିଲେ ।















