ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ବିଶିଷ୍ଟ ବ୍ୟବସାୟୀ ତଥା ପାଟଖଣ୍ଡା ପ୍ରତିଷ୍ଠାନ ର ପରିଚାଳକ ହିମାଂଶୁ ଶେଖର ଦାସ (ଟୁଟୁ ଦାସ) (୫୭) ଅସୁସ୍ଥତା କାରଣରୁ କଟକ ସ୍ଥିତ ଏକ ମେଡିକାଲରେ ଚିକିତ୍ସିତ ହେଉଥିଲେ, ଗୁରୁବାର ଚିକିତ୍ସିତ ଅବସ୍ଥାରେ ହିଁ ଦେହାନ୍ତ ହୋଇଥିଲା l ଏହି ଖବର ଅଞ୍ଚଳ ରେ ପ୍ରଚାରିତ ହେବା ପରେ ସବୁ ମହଲ ରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା l ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବଣିକ ସଂଘ ତରଫରୁ ସ୍ବର୍ଗତ ଦାସ ଙ୍କ ସମ୍ମାନର୍ଥେ ଶୁକ୍ରବାର ଦିନ ସମସ୍ତ ଦୋକାନ ବଜାର ବନ୍ଦ ରଖିଥିଲେ l















