No Result
View All Result
ମସ୍ୟ ଓ ପ୍ରାଣୀସମ୍ପଦର ଅଭିବୃଦ୍ଧି, ରାଜ୍ୟର ଚାଷୀଙ୍କ ସମୃଦ୍ଧି
ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର) :- ରାଜ୍ୟ ସରକାରଙ୍କ ମସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ନିର୍ଦେଶକ୍ରମେ ଓ ବୋଲଗଡ଼ ବ୍ଲକ ମସ୍ୟ ଓ ପ୍ରାଣୀସମ୍ପଦ ଅଧିକାରୀ ବ୍ଲକ ମୁଖ୍ୟ ପ୍ରାଣୀଧନ ଅଧିକାରୀ ଡାକ୍ତର ପ୍ରକାଶ ଚନ୍ଦ୍ର ନାୟକଙ୍କ ଆବାହକତ୍ୱରେ ବୋଲଗଡ଼ ସଦର ମହକୁମାସ୍ଥିତ ସରକାରୀ ବାମନ ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁବାର ଦିନ ବ୍ଲକସ୍ତରୀୟ ମସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଅଛି l

ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ବୋଲଗଡ଼ -ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ, ମୁଖ୍ୟବକ୍ତା ଭାବେ ଖୋର୍ଦ୍ଧା ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ସଦାଶିବ ମହାପାତ୍ର ଓ ସମ୍ମାନୀତ ଅତିଥିଭାବେ ବୋଲଗଡ଼ ବିଡ଼ିଓ ସୁମନ ସୁଧା କୁଣ୍ଡୁ , ବ୍ଲକ ଅଧକ୍ଷl ହୁଲ୍ଲାସ ପ୍ରଧାନ, ବ୍ଲକ ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ, ପ୍ରଦୀପ ଛୋଟରାୟ, ଖୋର୍ଦ୍ଧା ଜିଲ୍ଲା ସରକାରୀ ମତ୍ସ୍ୟ ପାଳନ ଅଧିକାରୀ ରାକେଶ ଚନ୍ଦ୍ର ପାତ୍ର,
ବ୍ଲକ ମତ୍ସ୍ୟ ପାଳନ ସହକାରୀ ଅଧିକାରିଣୀ ଫ୍ଲୋରା ମହାନ୍ତି ଓ ସହକାରୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡା.ରାଜେଶ କୁମାର ସେଠୀ ପ୍ରମୁଖ ଯୋଗଦେଇ ଜଗନ୍ନାଥଙ୍କ ପ୍ରତିମୃତ୍ତିରେ ଫୁଲ,ଚନ୍ଦନଓ ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଶୁଭ ଉଦଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମରେ ସହକାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼.ରତିକାନ୍ତ ମିଶ୍ର ସଭାକୁ ପରିଚାଳନା କରିଥିବାବେଳେ ବ୍ଲକ ମୁଖ୍ୟ ପ୍ରାଣୀଧନ ଅଧିକାରୀ ଡାକ୍ତର ପ୍ରକାଶ ଚନ୍ଦ୍ର ନାୟକ ସ୍ୱାଗତ ଭାଷଣ ଦେଇଥିଲେ ।

ଏହି ମେଳାରେ ଓଡିଶା ଜୀବିକା ମିଶନ, ମିଶନ ଶକ୍ତି ବିଭାଗ, ପ୍ରାଣୀ ବିକାଶ ବିଭାଗ,ପ୍ରାଣୀସମ୍ପଦ ବିଭାଗ, ମସ୍ୟ ବିକାଶ ବିଭାଗ, ଉଦ୍ୟାନ ଓ କୃଷିବିଭାଗ, ସ୍ୱାସ୍ଥ୍ୟ ବିଭାଗ ତରଫରୁ ଷ୍ଟାଲମାନ ଖୋଲାଯାଇଥିଲା l ବ୍ଲକର ପଶୁପାଳନ, ମତ୍ସ୍ୟଚାଷି,ମିଶନ ଶକ୍ତି, ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳା ମାନଙ୍କୁ ଓ କୃଷକ ଭାବରେ ୮ଜଣସଫଳ ଚାଷୀଙ୍କୁ ୧୦୦୦ଟଙ୍କା ପ୍ରୋତ୍ସାଚ୍ଛାହନ ଅର୍ଥରାଶି ସହିତ ଉତ୍ତରୀୟ ଦେଇ ସମ୍ମାନୀତ କରାଯାଇଥିଲା l
ମତ୍ସ୍ୟ ଚାଷ ଓ ପଶୁପାଳନ କରି ଚାଷୀମାନେ କିଭଳି ସ୍ୱାବଲମ୍ବି ହୋଇପାରିବେ ଓ ସହଜ ଏବଂ ସୁବିଧାରେବ୍ୟାଙ୍କ ଋଣ ନେବା ସହିତ ସରକାରୀ ପ୍ରୋତ୍ସାହନ ପାଇପାରିବେ ଏ ସଂକ୍ରାନ୍ତରେ ଜନସାଧାରଣମାନଙ୍କୁ ସୂଚନା ଦେବା ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବିଧାୟକ ଶ୍ରୀ ସାହୁ କହିଥିଲେ ।ପରିଶେଷରେ ବ୍ଲକ ମତ୍ସ୍ୟ ପାଳନ ସହକାରୀ ଅଧିକାରିଣୀ ଫ୍ଲୋରା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

No Result
View All Result