ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ନିଜ ଘରୁ ପରିବର୍ତନ ର ଧାରା ଆରମ୍ଭ ହେଲେ ଭବିଷ୍ୟତରେ ଅନେକ ପାରିବେଶିକ ସଙ୍କଟରୁ ରକ୍ଷା ମିଳିପାରିବ ବୋଲି ରବିବାର ୱାଇ କପ -୨୦୨୫ ସମ୍ଭାବନାମୟ ସମ୍ମିଳନୀ ସଂସ୍କୃତି ଭବନ ଠାରେ ଦୁଇଦିନିଆ କର୍ମଶାଳା ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଂଖ୍ୟାଧିକ ପ୍ରତିନିଧି ଯୋଗ ଦେଇଥିଲେ । ପୂର୍ବାହ୍ନ ରେ ଓଡିଶାରେ ପରିଚିତ ଜଳପୁରୁଷ ରଞ୍ଜନ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିତର୍କରେ ଆଇନା ସଂସ୍ଥାର ବରିଷ୍ଠ କାର୍ଯ୍ୟନିର୍ବାହୀ ସଦସ୍ୟ ଡ ଅଦିତି ପଣ୍ଡା ପ୍ରତିନିଧିମାନଙ୍କୁ ବିଭିନ୍ନ କଳାକୌଶଳ ଅବଲମ୍ବନ ରେ ପରିବେଶ ସଙ୍କଟକୁ କିପରି ଜାଣିବା ଓ ତାହାର ପ୍ରତିକାର ଦିଗରେ ପଦକ୍ଷେପ ନିଆଯିବା ସମ୍ପର୍କ ରେ କହିଥିଲେ ।















