ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଗଜପତି ଜିଲ୍ଲା ରାମଗିରି ଥାନା ଅଂଚଳରେ ଘଟିଥିବା ଏକ ଘରୋଇ ହିଂସା ଘଟଣାରେ ଦୋଷୀ ସାବ୍ୟସ୍ତ ହେଲେ ଶିକ୍ଷକ ସ୍ବାମୀ l ସୂଚନାଯୋଗ୍ୟ, ଏହିକି ଯେ ଗତ ୦୭-୧୨-୨୦୨୨ ରିଖ ସନ୍ଧ୍ୟା ସମୟରେ ଯେତେବେଳେ ଏତଲାକାରିଣୀ ସୁମଲତା ପାଳକ ନିଜ ଝିଅ ସହ ରାମଗିରିସ୍ଥିତ ଏସ.ଏସ.ଡ଼ି. ଉଚ୍ଚ ବିଦ୍ୟାଳୟସ୍ଥିତ ନିଜ ସ୍ୱାମୀ ସୁରେଶ ଚନ୍ଦ୍ର ନିଲାପୁଙ୍କ କ୍ୱାଟରକୁ ଝିଅର ପାଠପଢ଼ା ତଥା ଆନୁସଙ୍ଗିକ ଖର୍ଚ୍ଚ ପାଇଁ ପଇସା ମାଗିବା ପାଇଁ ଯାଇଥିଲେ; ସେତେବେଳେ ତାଙ୍କୁ ତାଙ୍କର ଅଭିଯୁକ୍ତ ସ୍ୱାମୀ ଅଚାନକ ସେଠାରେ ଆସିଥିବା ଦେଖି ଆଶ୍ଚର୍ଯ୍ୟ ହେବା ସହ ବିଭିନ୍ନ କଥାକୁ ନେଇ ଦୁର୍ବ୍ୟବହାର କରିବା ଆରମ୍ଭ କରିଥିଲେ।















