ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଜଳବାୟୁ ପରିବର୍ତନ ର ମୁଖ୍ୟ ସାଧନ ଭାବେ ବର୍ତ୍ତମାନ ଯୁବ ଶକ୍ତି ଆଗଭର ହେବା ଉଚିତ। ଜଳବାୟୁ ପରିବର୍ତନ ରେ ଶିଶୁ, ସାଧାରଣ ଜନତା ଓ ବିଶେଷ ଭାବେ ମହିଳା ମାନେ କ୍ଷତିଗ୍ରସ୍ତ ହୋଇଥାନ୍ତି। ଏହାର ସୁଦୂର ପ୍ରସାରି ସମାଧାନ ସକାଶେ ସମୟ ଉପନୀତ ବୋଲି ଆଜି ପୁରୀ ଠାରେ ଆୟୋଜିତ ଆଇନା, ଏଫ ଇ ଏସ, ୱେଲକାମ ଓ ୟୁଥ ଫର ୱାଟର ର ୱାଇ -କପ ୨୦୨୫ ଦୁଇଦିନିଆ “ସମ୍ଭବନାମୟ ସମ୍ମିଳନୀ “ଅବସର ରେ ବହୁ ପରିବେଶବିତ ଚିନ୍ତା ପ୍ରକଟ କରିଛନ୍ତି ।
ଓଡିଶା ର ଜଳ ପୁରୁଷ ଭାବେ ଖ୍ୟାତ ରଞ୍ଜନ ପଣ୍ଡା ଙ୍କ ଆବାହକତ୍ୱ ରେ ଅନୁଷ୍ଠିତ ସମ୍ମିଳନୀରେ ରାଜ୍ୟ ରେ ପ୍ଲାଷ୍ଟିକ ମୁକ୍ତ ପିକନିକ ପାଳନ ସହ ପ୍ରାକୃତିକ ଦୁର୍ବିପାକ ସମୟ ରେ କ୍ଷତି ର ସାମ୍ନା କରୁଥିବା ପ୍ରତ୍ୟେକ ବର୍ଗଙ୍କ ସମସ୍ୟା ର ସମାଧାନ ସକାଶେ ବହୁ ସାମାଜିକ ସଂଗଠନ ର କାର୍ଯ୍ୟକର୍ତ୍ତା ମତ ବିନିମୟ କରିଥିଲେ । ଜଣେ କୁନି ଝିଅ ଆଦ୍ୟା ଜଗଦେବ ମହାପାତ୍ର ନିଜର ସଂକ୍ଷିପ୍ତ ଅଭିଭାଷଣ ରେ ପ୍ଲାଷ୍ଟିକ ସମସ୍ୟା କିପରି ଦିନକୁ ଦିନ ବୃଦ୍ଧିପାଉଛି ଏବଂ ଜୀବନ ର ପ୍ରତିସ୍ତର ରେ ପ୍ଲାଷ୍ଟିକ ବ୍ୟବହାରକୂ କମାଇ ପରିବେଶ ବନ୍ଧୁତ୍ୱକୂ ଆଗ୍ରହୀ ହେବାକୁ ଆହ୍ୱାନ ଦେଇଥିଲେ ।















