ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ରଣପୁର ଏନଏସିର ଦକ୍ଷ କାର୍ଯ୍ୟକାରୀ ଅଧିକାରୀ ଓ ସୁସଂଗଠକ ଅଧ୍ୟକ୍ଷା ଥାଉଁ ଥାଉଁ ଲୋକଙ୍କ କାର୍ଯ୍ୟରେ ଅବହେଳିତ କାହିଁକି ? ସାଧାରଣରେ ପ୍ରଶ୍ନ ଉଠିଛି… ରଣପୁର ନିର୍ବାଚନ ମଣ୍ଡଳୀରେ ରଣପୁର ବ୍ଲକ୍ କୁ ଏନଏସି ତଥା ସହରାଞ୍ଚଳ ହେବାର ଦଶ ବର୍ଷ ବିତିଯାଇଥିଲେ ହେଁ ଏନଏସିରେ ସଧାରଣ ଜନତାଙ୍କ ପାଇଁ ଆଜି ପର୍ଯ୍ୟନ୍ତ ଟ୍ରାଫିକ ବ୍ୟବସ୍ଥା ହୋଇପାରିଲା ନାହିଁ ।
ଏନଏସିରେ ଦକ୍ଷ ଅଧିକାରୀ ଥାଉ ଥାଉ ଏନଏସିର କାର୍ଯ୍ଯକାରିତା ଦକ୍ଷତା କୁ ବୁଦ୍ଧିଜୀବି ମାନେ ନିନ୍ଦା କରିଆସୁଛନ୍ତି । ଏନଏସିର ସୁସଂଗଠକ ଅଧ୍ୟକ୍ଷା ରଙ୍ଗୀନ ମହାନ୍ତିଙ୍କ ନେତୃତ୍ବରେ ରଣପୁରର ଉନ୍ନୟନ ମୂଳକ କାର୍ଯ୍ୟ ଭାର ରହିଥିବା ବେଳେ ଚାରି ଛକ ଗୁଡିକରେ ଏ ପର୍ଯ୍ୟନ୍ତ ଟ୍ରାଫିକ ବ୍ୟବସ୍ଥା ଦେଖିବାକୁ ମିଳିଲା ନାହିଁ ।
ଦୁଇ ଦୁଇ ଥର ଏନଏସିର ଜନସାଧାରଣ ଉପଯୁକ୍ତ ଚେୟାରମ୍ୟାନ୍ ଚୟନ କରିଥିଲେ ମଧ୍ୟ ଯାନ ବାହନ ଗୁଡିକ ପାଇଁ ଟ୍ରାଫିକ ସୁବିଧା ନଥିବା ଜନ ଅସନ୍ତୋଷର କାରଣ ସାଜିଛି । ତେବେ ଜନ ସାଧାରଣଙ୍କ ସୁରକ୍ଷା ଏବଂ ସୁବିଧା ଜନକ ପ୍ରକଳ୍ପ ଗୁଡ଼ିକ କାର୍ଯ୍ୟକାରୀ କରିବା ଏନଏସିର ମୂଳ ଲକ୍ଷ୍ୟ ହେବା କଥା ଯାହାକି ରଣପୁର ଏନଏସିରେ ଦେଖାଯାଉନାହିଁ ।
ଆଜିକା ଦିନରେ ବିଜେଡି ସରକାରରେ ନିର୍ମିତ ଅନେକ ପ୍ରକଳ୍ପ ଗୁଡ଼ିକ ଖତ ଖାଉଥିବା ବେଳେ ଜନ ସାଧାରଣଙ୍କ ସଡ଼କ ଦୁର୍ଘଟଣା ଭଳି ଅସୁବିଧାର ସମ୍ମୁଖୀନ କୁ ରୋକିବା ପାଇଁ ଚାରି ଛକ ସ୍ଥାନ ଗୁଡ଼ିକରେ ଟ୍ରାଫିକ ବ୍ୟବସ୍ଥା କରିବା ନିହତି ଆବଶ୍ୟକ ଥିଲେ ହେଁ ଏଯାବତ୍ ପ୍ରଶାସନର ଦୃଷ୍ଟି ଗୋଚର ହୋଇନାହିଁ ।
ରଣପୁର ହାଟ ସାହି ମାଛ ମାର୍କେଟ ଚାରି ଛକ , ଥାନା ପଞ୍ଚୁଦୋଳ ପଡିଆ ମେଡିକାଲ ଛକ,ଜଗନ୍ନାଥ ମନ୍ଦିର ଶାମୁକା ସାହି ପରିବା ବଜାର ଛକ, PWD ବସ୍ ଷ୍ଟାଣ୍ଡ ହନୁମାନ ମନ୍ଦିର ଚାରି ଛକ , ତହସିଲ ଅଫିସ୍ ଏନଏସି ତ୍ରି ଛକ , ଶାମୁକା ସାହି ସ୍ଵପ୍ନେଶ୍ୱର ମନ୍ଦିର ଚାରି ଛକ ଗୁଡିକରେ ଟ୍ରାଫିକ ବ୍ୟବସ୍ଥା ନଥିବା କାରଣରୁ ଜନ ସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି ।
ସେହିଭଳି ଉକ୍ତ ଛକ ଗୁଡ଼ିକରେ ବାରମ୍ଵାର ସଡ଼କ ଦୁର୍ଘଟଣା ହେବା ପରେ ମଧ୍ୟ ପ୍ରଶାସନ ଯମଦୂତ ପରି ସାଜିଛି ନୀରବ ଦ୍ରଷ୍ଟା । ହାଟସାହି ଚାରି ଛକ ଏକ ଗୁରୁତ୍ୱପୂର୍ଣ୍ଣ ଛକ ଯେଉଁଠି କି ନୟାଗଡ ଓ ସୁନାଖଳା ରାଜରାସ୍ତାକୁ ସଲଗ୍ନ ହୋଇଛି । ଉକ୍ତ ଛକରେ ଭାରି ଯାନ ବାହନ ଯାତାୟତ ସହିତ ସ୍ଥାନୀୟ ଜନ ସାଧାରଣଙ୍କ ଯାତାୟାତରେ ଭିଡ଼ ପରିଲକ୍ଷିତ ହୋଇଥାଏ ।
ସେହି ସ୍ଥାନରେ ବ୍ୟାପକ ରୂପେ ଟ୍ରାଫିକର ନିତ୍ୟାନ୍ତ ଆବଶ୍ୟକ ଥିଲେ ହେଁ ସେଠାରେ କୌଣସି ଟ୍ରାଫିକ ସୁବିଧା ନଥିବା ସାଧାରଣରେ ଯାତ୍ରୀଙ୍କ ପାଇଁ ମରଣ ଯନ୍ତା ପାଲଟିଛି । ରଣପୁର ସହରାଞ୍ଚଳରେ ଜନ ଗହଳି କାରଣରୁ ସଦା ସର୍ବଦା ଦୁର୍ଘଟଣାର ଆଶଙ୍କା ଲାଗି ରହିଥିବା ବେଳେ ପ୍ରଶାସନ ଠାରୁ ଆରମ୍ଭ କରି ଏନଏସିର ଦକ୍ଷ ଅଧିକାରୀ ଓ ଅଧ୍ୟକ୍ଷା ପର୍ଯ୍ୟନ୍ତ କାହାର ଏଥିପ୍ରତି ଭୃକ୍ଷେପ ନଥିବା ଦେଖିବାକୁ ମିଳିଛି ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।
ରଣପୁର ଏନଏସିରେ ଏଭଳି ସମସ୍ୟାକୁ ଦୂରୀଭୂତ କରିବା ପାଇଁ କଥା କୁହା ସାଂସଦ ଏବଂ ସ୍ଥାନୀୟ ବିଧାୟିକା ତଥା ବାଚସ୍ପତି ସୁରମା ପାଢ଼ୀ କୌଣସି ପଦକ୍ଷେପ ନେଇ ନଥିବା ବେଳେ ଡବଲ ଇଞ୍ଜିନ ସରକାରଙ୍କୁ କେବେ ଟ୍ରାଫିକ ସମସ୍ୟା ଦୃଷ୍ଟି ଗୋଚର ହେବ ତାହା ଦେଖିବାକୁ ବାକି ରହିଲା । ନିର୍ବାଚନ ପରେ ଏନଏସିର ଅନେକ ସଭା ସମିତି, ପାଲା, ସଂକୀର୍ତ୍ତନ, ପୂଜା ମଣ୍ଡପ ଇତ୍ୟାଦି ପରିଭ୍ରମଣ କରିବା ନିମନ୍ତେ ଦଳୀୟ ନେତା ନେତ୍ରୀ ମାନଙ୍କର ଧାଡ଼ି ପହଣ୍ଡି ଲାଗି ରହିଥିଲେ ହେଁ l
ରଣପୁର ସହରାଞ୍ଚଳର ବିକାଶ ଓ ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡ଼ିକ କାର୍ଯ୍ୟକାରୀ କରିବା ଦିଗରେ ତତ୍ପରତା ଦେଖାଯାଉନଥିବା ସାଧାରଣରେ ପ୍ରକାଶ ପାଉଛି । ଜନସାଧାରଣଙ୍କ ସୁରକ୍ଷାକୁ ଆଖିଆଗରେ ରଖି ନେତା ନେତ୍ରୀ ମାନେ କେବେ ଟ୍ରାଫିକ ସମସ୍ୟା ଉପରେ ଦୃଷ୍ଟି ଦେବେ ଏବଂ ଆଗକୁ ରଣପୁର ଏନଏସିରେ ଡବଲ ଇଞ୍ଜିନ ସରକାର କେଉଁ ଭଳି ବିକାଶ ଆଣିବେ ତାହା ଦେଖିବାକୁ ବାକି ରହିଲା ।

© 2023 Odisha Taza News.