No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) :- ପବିତ୍ର ପଞ୍ଚସଖା ଧ୍ୟାନକୁଦ ପୀଠ ଠାରେ ପ୍ରେମ ସାଗର ବାବା ଅରକ୍ଷିତ ଦାସଜୀଙ୍କ ପୌରୋହିତ୍ୟରେ ପବିତ୍ର ଅଁଳା ନବମୀ ପାଳନ ଲାଗି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରସ୍ତୁତି ବୈଠକରେ ବିଶ୍ଵ କଲ୍ୟାଣ ଆଧ୍ୟାତ୍ମିକ ପରିଷଦ ତରଫରୁ ମାଳିକା ପ୍ରବକ୍ତା ଆଚାର୍ଯ୍ୟ ପ୍ରେମ୍ ସାଗର ବାବା ଅରକ୍ଷିତଦାସ ମହାରାଜଙ୍କ ଜୟନ୍ତୀ ପାଳନ,
ସାଧୁସନ୍ଥ ସମ୍ମିଳନୀ, ମାଳିକା ଭକ୍ତବୃନ୍ଦଙ୍କ ଗ୍ରହଣରେ ମାଳିକା ତତ୍ତ୍ୱ ଆଲୋଚନା, ଏକାକ୍ଷର ମହାମେଳା ସହ ଅନ୍ନପ୍ରସାଦ, ସେବନ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଉକ୍ତ ବୈଠକରେ ଶ୍ରୀ ବିଭୁଦତ୍ତ ସାହୁ ରାମଚନ୍ଦ୍ର ମିଶ୍ର କବି ପୀତାମ୍ବର ମହାପାତ୍ର ସମାଜସେବୀ ପର୍ଶୁରାମ ସେଠି ପଣ୍ଡିତ କମଲେସ ମିଶ୍ର ଅଶୋକ ବାବା,
ଆଇନଜୀବୀ ସୁବ୍ରତ ମହାପାତ୍ର ଭକ୍ତ ପ୍ରତାପ କୁମାର ବାରିକ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଅଁଳା ନବମୀ ଉପଲକ୍ଷେ ଏହି ପବିତ୍ର ପଞ୍ଚସଖା ପୀଠରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଜଗନ୍ନାଥ ପ୍ରେମୀ ହଜାର ହଜାର ସଂଖ୍ୟାରେ ଭକ୍ତମାନେ ଆସି ପ୍ରଭୂଙ୍କୁ ଦର୍ଶନ କରି ଆନନ୍ଦିତ ହୋଇଥାନ୍ତି। ଏହି ପୀଠରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥାଏ ।

No Result
View All Result