• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ

Proprietor Abhimanyu Maharana by Proprietor Abhimanyu Maharana
October 27, 2025
in ଓଡ଼ିଶା, ଗଜପତି, ହୋମ୍
0
ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ
Share on FacebookShare on TwitterWhatsapp

ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲାପାଳ ଶ୍ରୀମତୀ ମଧୁମିତାଙ୍କ ଅଧ୍ୟକ୍ଷତାରେ ବାତ୍ୟାର ମୁକାବିଲା ପାଇଁ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବାତ୍ୟା ଆନ୍ଧ୍ରପ୍ରଦେଶର ମଛଲିପାଟ୍ଟନମ୍ ନିକଟରେ ବାତ୍ୟା ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଥିବାରୁ, ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ତୀବ୍ର ପବନର ସମ୍ଭାବନାକୁ ଦୃଷ୍ଟିରେ ରଖି ଜିଲ୍ଲାକୁ ରେଡ୍ ଜୋନ ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରିଛନ୍ତି । ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡ଼ିକୁ ଅକ୍ଟୋବର ୨୭ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧି ଗଣକୁ ଅବଗତ କରାଇଛନ୍ତି। ସେ କହିଛନ୍ତି ଯେ,ବାତ୍ୟା ସମୟରେ ସୁରକ୍ଷା ଓ ସତର୍କତା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ସମୟରେ ସମସ୍ତ ଆବଶ୍ୟକୀୟ ପ୍ରସ୍ତୁତି ଓ ସତର୍କତାମୂଳକ ବ୍ୟବସ୍ଥାର ତଦାରଖ ପାଇଁ ଜିଲ୍ଲାପାଳ ନିଜେ ନିୟନ୍ତ୍ରଣ କକ୍ଷରୁ କାର୍ଯ୍ୟ ପରିଚାଳନା କରୁଛନ୍ତି। ଏହି ନିଷ୍ପତ୍ତି ଜନସାଧାରଣଙ୍କ ସୁରକ୍ଷା ଓ ଛାତ୍ରଛାତ୍ରୀଙ୍କ ନିରାପତ୍ତାକୁ ପ୍ରାଧାନ୍ୟ ଦେଇ ନିଆଯାଇଅଛି। ଗଜପତି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ଏବଂ ଆବଶ୍ୟକ ସୁରକ୍ଷା ମାନଦଣ୍ଡ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

ଗଜପତି ଜିଲ୍ଲାକୁ ସତର୍କତା ପଦକ୍ଷେପ ସ୍ବରୂପ ପୂର୍ବ ପ୍ରସ୍ତୁତି କରି ରହିବା ପାଇଁ ଆଜି ଜିଲ୍ଲାପାଳ ଆଭାସୀ ବୈଠକ ମାଧ୍ୟମରେ ଜିଲ୍ଲାର ସମସ୍ତ ବିଭାଗ ଓ ଲାଇନ୍ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର, ବ୍ଲକ୍ ସ୍ତରୀୟ ,ତହସିଲ ସ୍ତରୀୟ ଏବଂ ସମସ୍ତ ଲାଇନ ବିଭାଗୀୟ କାର୍ଯ୍ୟାଳୟ ଗୁଡିକରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ ରହିବ । ସମସ୍ତ ଅଧିକାରୀ ଏବଂ କର୍ମଚାରୀଗଣ ନିଜ ନିଜ ହେଡ୍ କ୍ବାର୍ଟରରେ ରହିବେ। ସମସ୍ତଙ୍କ ଛୁଟି ବାତିଲ କରାଯାଇଛି ।

ସମସ୍ତ ଅଗ୍ନିଶମ କେନ୍ଦ୍ର ଗୁଡିକୁ ପୂର୍ବ ପ୍ରସ୍ତୁତି କରି ସଜାଗ ରହିବା ପାଇଁ କୁହାଯାଇଛି । ଆବଶ୍ୟକ ସ୍ଥଳେ ସେମାନେ ଉଦ୍ଧାର କାର୍ଯ୍ୟରେ ବିଭିନ୍ନ ସେବା ଯୋଗାଇବେ । ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳ ଗୁଡିକୁ ଯାଞ୍ଚ କରି ଆବଶ୍ୟକ ସ୍ଥଳେ ଯୁଦ୍ଧକାଳୀନ ଭିତ୍ତିରେ ସେଗୁଡିକର ମରାମତି , ବିଦ୍ୟୁତ୍ ଯୋଗାଣ, ଜେନସେଟ୍ ବ୍ୟବସ୍ଥା, ପାନୀୟ ଜଳ ବ୍ଯବସ୍ଥା କରି ରଖିବେ । ଏହି କାର୍ଯ୍ୟ ତୁରନ୍ତ କରିବା ପାଇଁ ସାତଗୋଟି ବ୍ଳକ୍ ରେ ଜିଲ୍ଲାର ବରିଷ୍ଠ ଅଧିକାରୀ ମାନଙ୍କୁ ନିୟୋଜିତ କରଯାଇଛି । ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ତଥା ପାହାଡ଼ିଆ ତଳେ ବସବାସ କରୁଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନରେ ସ୍ଥାନାନ୍ତର କରିବା,ତଳିଆ ଅଞ୍ଚଳ,

କଚ୍ଚା ଘରେ ବସବାସ କରୁଥିବା ପରିବାର ବର୍ଗ କିମ୍ବା ଯେଉଁ ଘରର ସ୍ଥିତି ଠିକ୍ ନାହିଁ ଦୁର୍ବଳ ଅବସ୍ଥାରେ ଅଛି ସେହି ପରିବାର ବର୍ଗଙ୍କୁ ସ୍ଥାନାନ୍ତର କରି ବାତ୍ୟା ଆଶ୍ରୟ ସ୍ଥଳରେ ରଖିବା ବ୍ୟବସ୍ଥା, ରନ୍ଧା ଖାଦ୍ୟ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦିଆ ଯାଇଛି । ଆବଶ୍ୟକ ସ୍ଥଳେ ବିଦ୍ୟାଳୟ ଏବଂ ଅଙ୍ଗୱାଡ଼ି କେନ୍ଦ୍ର ଗୁଡିକୁ ବାତ୍ୟା ଆଶ୍ରୟ ସ୍ଥଳ ଭାବେ ଉପଯୋଗ ,କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଗର୍ଭବତୀ ମହିଳା କିମ୍ବା ଯେଉଁ ମାନଙ୍କ ପ୍ରସବ ସ୍ବଳ୍ପ ଦିନ ମଧ୍ୟରେ ହେବାକୁ ଅଛି ସେମାନଙ୍କୁ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରି ସେମାନଙ୍କ ଯତ୍ନ ନେବାପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।

ବାତ୍ୟା ଦିନ ଜନ ସାଧାରଣ ଯେପରି ବାହାରକୁ ବାହାରିବେ ନାହିଁ, ନଦୀ କିମ୍ବା ନାଳକୁ ଯିବେ ନାହିଁ ସେଥି ନିମନ୍ତେ ଜନ ସାଧାରଣଙ୍କୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ବ୍ଲକ୍ ,ଗ୍ରାମପଞ୍ଚାୟତ ଓ ଗ୍ରାମସ୍ତରରେ ସମସ୍ତ ପ୍ରସ୍ତୁତି କରିବା ସହିତ ବ୍ୟାପକ ସଚେତନ କରିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଛି । ଆବଶ୍ୟକ ସ୍ଥଳେ ଚୁଡା,ଗୁଡ,ଚିନି,କିରୋସିନି, ମହମବତୀ , ଔଷଦ ଅତ୍ୟାବଶ୍ୟକୀୟ ସାମଗ୍ରୀ ସମସ୍ତ ବ୍ଲକ୍ ଗୁଡିକରେ ଗଚ୍ଛିତ ରଖିବାକୁ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଜିଲ୍ଲାରେ ଦୁଇଗୋଟି ଓଡ୍ରାଫ୍ ଟିମ୍ ପ୍ରସ୍ତୁତ ହୋଇ ରହିଥିବା ଜଣାଯାଇଛି ।

ପାନୀୟ ଜଳର ବ୍ୟବସ୍ଥା,ପଶୁ ସମ୍ପଦର ସୁରକ୍ଷା, ଔଷଧ ମହଯୁଦ, ଅତ୍ୟାବଶ୍ୟକୀୟ ସାମଗ୍ରୀର ମହଯୁଦ୍ ଏବଂ ଅନ୍ୟାନ୍ୟ ବିଷୟ ନେଇ ସବିଶେଷ ଆଲଚନା ହୋଇଥିଲା । ସେହିପରି ବାତ୍ୟା ଆଶଙ୍କା ଯୋଗୁଁ ମହେନ୍ଦ୍ରଗିରି (ପର୍ବତ) ଶୈବ ପୀଠ ସମେତ ଆଜି ଠାରୁ ଜିଲ୍ଲାର ସମସ୍ତ ପର୍ଯଟନ ସ୍ଥଳୀ ବନ୍ଦ ରହିବ।ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଫାଲଗୁନୀ ମାଝୀ ଓ ଶ୍ରୀଯୁକ୍ତ ମୁନିନ୍ଦ୍ର ହନେଗା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଶଙ୍କର କେରକେଟା,ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା, ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଶ୍ରୀ ଅଂଶୁମାନ ମହାପାତ୍ର ସମେତ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଓ ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀ ପ୍ରମୁଖ ଅଭାସି ବୈଠକରେ ଉପସ୍ଥିତ ଥିଲେ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ

ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ

April 30, 2026
ସାମ୍ବାଦିକଙ୍କୁ ସୁରକ୍ଷା ଓ ସହାୟତା ଦାବି ନେଇ ତାତିଲେ ସାମ୍ବାଦିକ: ୬ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

ସାମ୍ବାଦିକଙ୍କୁ ସୁରକ୍ଷା ଓ ସହାୟତା ଦାବି ନେଇ ତାତିଲେ ସାମ୍ବାଦିକ: ୬ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

April 30, 2026
ଆଇପିଏଲ ବେଟିଂ ରାକେଟ ୪ ଗିରଫ ୫୭ ଲକ୍ଷ ଟଙ୍କା ଜବତ

ଆଇପିଏଲ ବେଟିଂ ରାକେଟ ୪ ଗିରଫ ୫୭ ଲକ୍ଷ ଟଙ୍କା ଜବତ

April 30, 2026
ସ୍ବଚ୍ଛ ପୁରୀ ଗର୍ବ ଆମରି ବଳଗଣ୍ଡି ଛକରେ ଅଳିଆ ପାହଡ

ସ୍ବଚ୍ଛ ପୁରୀ ଗର୍ବ ଆମରି ବଳଗଣ୍ଡି ଛକରେ ଅଳିଆ ପାହଡ

April 30, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ

ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ

April 30, 2026
ସାମ୍ବାଦିକଙ୍କୁ ସୁରକ୍ଷା ଓ ସହାୟତା ଦାବି ନେଇ ତାତିଲେ ସାମ୍ବାଦିକ: ୬ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

ସାମ୍ବାଦିକଙ୍କୁ ସୁରକ୍ଷା ଓ ସହାୟତା ଦାବି ନେଇ ତାତିଲେ ସାମ୍ବାଦିକ: ୬ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

April 30, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version