ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ଶଶୁର ଜ୍ୱାଇଁ ସମ୍ପର୍କ ଏକ ବାପ ପୁଅର ସମ୍ପର୍କ । କିନ୍ତୁ ତା ୨୯-୧-୨୦୨୪ରିଖରେ ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଗ୍ରାମରେ ସଂଧ୍ୟା ସମୟରେ ଘଟିଥିବା ଏକ ଲୋମଟାଙ୍କୁରା ଘଟଣା ଏହି ସମ୍ପର୍କକୁ ଆଣି କାଠଗଡ଼ାରେ ଠିଆ କରିଦେଇଥିଲା । ସୂଚନାଯୋଗ୍ୟ, ଗଜପତି ଜିଲ୍ଲାର ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଗ୍ରାମର ପୂର୍ଣ୍ଣ ଲିମାଙ୍କ ଅଭିଯୋଗ କ୍ରମେ ତା ୨୯-୦୧-୨୦୨୪ ରିଖ ସଂଧ୍ୟା ସମୟରେ ଯେତେବେଳେ ତାଙ୍କ ପୁଅ ରଞ୍ଜନ ଲିମା ଯିଏକି ଦ୍ଵିତୀୟ ବିବାହ ପରେ ତାଙ୍କ ଶଶୁର ପିଟର ପାଳଙ୍କ ଘରେ ବିବାହ ପରଠାରୁ ରହି ଆସୁଥିଲେ, ସେହି ଦିନ କୌଣସି କାମରେ ବାହାରକୁ ଯାଇ ଫେରିବା ପରେ ଶଶୁରଘର ଦାଣ୍ଡ କବାଟ ବନ୍ଦ ଥିବା ଦେଖି ବାଡ଼ି ପଟେ ଯିବାକୁ ଚେଷ୍ଟା କରିବା ସମୟରେ ସେହି ସମୟରେ ଆଗରୁ ପ୍ରସ୍ତୁତ ଥିବା ଶାଶୁ ଓ ତାଙ୍କ ଦ୍ଵିତୀୟ ସ୍ତ୍ରୀ ରଞ୍ଜନଙ୍କ ମୁଁହକୁ ଟର୍ଚ୍ଚ ମାରିଥିଲେ ଓ ସେହି ସମୟରେ ଅଭିଯୁକ୍ତ ଶଶୁର ପିଟର ପାଳ ତାଙ୍କ ଉପରକୁ ଏସିଡ଼ ପକାଇ ତାଙ୍କୁ ଗୁରୁତର କ୍ଷତାକ୍ତ କରିଥିଲେ ।















