ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଡମପଡ଼ା ବ୍ଲକ ଅନ୍ତର୍ଗତ ଇନ୍ଦୁମତି ପାଟଣା ଗ୍ରାମର ନିରଞ୍ଜନ ରାଉତଙ୍କ ପୁଅ ଆଶୁତୋଷ ରାଉତ ୧୪ବର୍ଷ ବାଳକ ବର୍ଗରେ ଓଡ଼ିଶା ଫୁଟବଲ୍ ଦଳରେ ଖେଳିବା ପଇଁ ମନୋନୀତ ହୋଇଛନ୍ତି । ଶ୍ରୀ ରାଉତ ପଞ୍ଜାବର ଅମୃତ ସହର ଠାରେ ଆୟୋଜିତ ସର୍ବଭାରତୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ଯୋଗଦେଇଛନ୍ତି ।

ସମ୍ପ୍ରତି ଶ୍ରୀ ରାଉତ କଟକସ୍ଥିତ ରଘୁନାଥ ଜୀଉ ସରକାରୀ ବିଦ୍ୟାଳୟର ସପ୍ତମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି । ଏତାଦୃଶ ସଫଳତା ପାଇଁ କୋଚ୍ ଓ ବିଦ୍ୟାଳୟର ଶିକ୍ଷକମାନେ ଶୁଭେଚ୍ଛା ଜଣାଇଛନ୍ତି ।














