No Result
View All Result
ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) ବାଙ୍କୀ :- ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ)ରେ ଯେଉଁ ଯୋଗ୍ୟ ହିିତାଧିକାରୀମାନେ କାର୍ଯ୍ୟାଦେଶ ପାଇ ନିଜର ପକ୍କାଘର ସମ୍ପୂର୍ଣ୍ଣ କରିଛନ୍ତି ସେମାନଙ୍କୁ ଏକ ସ୍ୱତନ୍ତ୍ରୀ ଉତ୍ସବ ଆୟୋଜନ କରାଯାଇ ନୂତନ ଘରେ ହିତାଧିକାରୀଙ୍କୁ ଗୃହ ପ୍ରବେଶ କରାଯାଇଛି । ବିଭିନ୍ନ ୱାର୍ଡରୁ ଚୟନ ହୋଇଥିବା ୧୦ଜଣ ଆବାସ ଯୋଜନା ହିତାଧିକାରୀକୁ ନଗରପାଳ ଶ୍ରୀମତୀ ମାଣିକ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ଥାନୀୟ କାଉନସିଲମାନଙ୍କ ଉପସ୍ଥିତି ଓ ଏନ୍.ଏ.ସି କର୍ମଚାରୀମାନଙ୍କ ଉପସ୍ଥିତିରେ ଗୃହ ପ୍ରବେଶ କରାଇଥିଲେ ।
ହିତାଧିକାରୀଙ୍କ ଘରକୁ ଫୁଲମାଳରେ ସଜାଇବା ସହ ଝୋଟି ଚିତା ବସାଇ ଶୁଭ କଳସ ବସାଇ ଧୂପଦୀପ ଦେଇ ପୂଜାର୍ଚ୍ଚନା କରି ନଗରପାଳ ଗୃହକର୍ତ୍ତାଙ୍କୁ ଗୃହପ୍ରବେଶ କରାଇଥିଲେ । ଏନ୍.ଏ.ସି ପକ୍ଷରୁ ଏହି ଅବସରରେ ଗୃହ କର୍ତ୍ତା ଏବଂ ତାଙ୍କ ପରିବାରବର୍ଗଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଏହି ସ୍ୱତନ୍ତ୍ର ଗୃହପ୍ରବେଶ ଉତ୍ସବରେ ଗୃହ ପ୍ରବେଶ କରିଥିବା ହିତାଧିକାରୀମାନେ ହେଲେ ୱାର୍ଡ ନଂ-୭ର ବିପିନି ସାମଲ, ୱାର୍ଡ ନଂ-୯ର ଚନ୍ଦ୍ରମଣି ପୃଷ୍ଟି, ୱାର୍ଡ ନଂ-୧୦ ସଂଯୁକ୍ତା ସାମଲ, ୱାର୍ଡ ନଂ-୧୧ ବିଦ୍ୟାଧର ରଣା ଓ ପ୍ରତାପ ରଣା, ୱାର୍ଡ ନଂ-୧୩ ରମେଶ ଚନ୍ଦ୍ର ସ୍ୱାଇଁ ଓ ବିଜୟ ମଙ୍ଗୁଆଳ,
ୱାର୍ଡ ନଂ-୧୪ ଭରତ ନାୟକ, ୱାର୍ଡ ନଂ-୧୫ ଅଣୁଣ ଦାସ, ୱର୍ଡ ନଂ-୧୬ ଭରତ ମାଝୀ ପ୍ରମୁଖ ସେମାନଙ୍କର ନୂତନ ଆବାସ ଯୋଜନାରେ କରିଥିବା ଗୃହରେ ପ୍ରବେଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପନଗରପାଳ ସନ୍ତୋଷ କୁମାର ରଣା, କାଉନସିଲର ସନାତନ ବେହେରା, ବିକଳଗୋଚ୍ଛି, ରାଜେନ୍ଦ୍ର ମହାପାତ୍ର, ପ୍ରଭାତୀ ମଙ୍ଗୁଆଳ, ପଠାଣୀ ବେହେରା, ଚନ୍ଦନ ଗଣ୍ଠିଆ, ୱାର୍ଡ ନଂ-୭ କାଉନସିଲରଙ୍କ ପ୍ରତିନିଧି ଟଙ୍କଧର ବେହେରା ପ୍ରମୁଖଙ୍କ ସହ ସହରାଂଚଳ ଉନ୍ନୟନ ସଂସ୍ଥା କଟକର ଟିମ୍ ଲିଡର ଅକ୍ଷୟ ମିଶ୍ର, କାର୍ଯ୍ୟତଦାରଖ ବିଶେଷଜ୍ଞ ନିହାରରଞ୍ଜନ ନାୟକ,
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବିଶେଷଜ୍ଞ ଅମରକାନ୍ତ ରାଉତରାୟଙ୍କ ସହିତ ବାଙ୍କୀ ଏନ୍.ଏ.ସିର କ୍ୟାସିୟର୍ ରଶ୍ମିତା ରାଉତ, ହିସାବ ରକ୍ଷକ ସୁଶାନ୍ତ କୁମାର ବେହେରା, ଗୋଷ୍ଠି ସଂଗଠିକା ମଧୁସ୍ମିତା ଦାସ, ଆବାସ ଯୋଜନା ଅଧିକାରୀ ତାପସ କୁମାର ମଲ୍ଲିକ, ପରିମଳ ବିଶେଷଜ୍ଞ ସୁନୀଲ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ପରିଷଦ କର୍ମଚାରୀ ସୁଦର୍ଶନ ରାଉତ, କିଶୋର ମହାପାତ୍ର, ରମେଶ ମନ୍ତ୍ରୀ, ଗୋପାଳ ମହାନ୍ତି, ମନୋଜ ରାଉତ, ନରେନ୍ଦ୍ର ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।




No Result
View All Result