No Result
View All Result
ଓଡଗାଁ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ନୟାଗଡ ଜିଲ୍ଲା ପୋଲିସ ପକ୍ଷରୁ ଶରଣକୁଳରୁ ପ୍ରଥମ କରି ସାଇବର ସୁରକ୍ଷା ଅଭିଯାନ ରବିବାର ଆରମ୍ଭ ହୋଇଛି l ବର୍ତ୍ତମାନ ମୋବାଇଲ ଫୋନ, ବ୍ୟକ୍ତିଗତ କମ୍ପ୍ୟୁଟର ଓ ଅନ୍ୟାନ୍ୟ ସ୍ମାର୍ଟ ଡିଭାଇସ ର ବହୁଳ ବ୍ୟବହାର ହେଉଥିବାରୁ ସାଇବର ଠକ ମାନଙ୍କ ପାଇଁ ଏହା ନୂଆ ରୋଜଗାରର ମାଧ୍ୟମ ପାଲଟିଛି l ଏହି ଠକ ମାନଙ୍କ ଠାରୁ ବର୍ତ୍ତିବା ପାଇଁ ସହଜ ଓ ପ୍ରଭାବ ଉପାୟ ହେଉଛି ସାଇବର ସୁରକ୍ଷା l
ଏଥିନେଇ ଶରଣକୁଳ ପୋଲିସ ପକ୍ଷରୁ ଲଡ଼ୁବାବାଙ୍କ ମନ୍ଦିର ସମ୍ମୁଖରେ ରବିବାର ସାଇବର ସଚେତନତା ସଭା ଅନୁଷ୍ଠିତ ହୋଇଥିଲା l ଏହି ସଚେତନତା ସଭାରେ ନୟାଗଡ଼ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାସ ଚନ୍ଦ୍ର ପଣ୍ଡା, ଶରଣକୁଳ ଏସ.ଡି. ପି. ଓ ଦୀପ୍ତି କାନ୍ତ ପ୍ରଧାନ, ନୟାଗଡ଼ ସଦର ଥାନା ଇନିସ୍ପେକ୍ଟର ସୁକାନ୍ତ କୁମାର ପାତ୍ର, ରିଜର୍ଭ ପୁଲିସ ଇନିସ୍ପେକ୍ଟର ବିରଞ୍ଚି ନାରାୟଣ ସାହୁ, ଶରଣକୁଳ ଥାନା ଭାରପ୍ରାପ୍ତ ଅଧିକାରୀ ସୁଜିତ କୁମାର ଦାସ, ଶରଣକୁଳ ଜୋନ ଜିଲ୍ଲା ପରିଷଦ ସଭ୍ୟା ଚିନ୍ମୟୀ ଦାଶ ଯୋଗଦେଇ, ଏହି ସଭାରେଉପସ୍ଥିତ ଥିବା ବରିଷ୍ଠ ନାଗରିକ,
ବ୍ୟବସାୟୀ, ମନ୍ଦିର ସେବାୟତ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଭ୍ୟା, ସାମାଜିକ କର୍ମୀ, ଯୁବଗୋଷ୍ଠୀ ମାନଙ୍କୁ ସମ୍ବୋଧିତ କରି କହିଲେ, ସଚେତନତା ହିଁ ସାଇବର ଠକେଇରୁ ବର୍ତ୍ତିବା ପାଇଁ ଶକ୍ତି ଶାଳୀ ଅସ୍ତ୍ର l ଅଜଣା ଫୋନ କଲ, ରିଙ୍ଗ କିମ୍ବା ମେସେଜରେ କେହି ବିଶ୍ୱାସ ନକରି ଏହାର ସତ୍ୟତା ଜାଣିବା ପାଇଁ ଚେଷ୍ଟା କରନ୍ତୁ l ସେହିପରି ବ୍ୟାଙ୍କ ତଥ୍ୟ, ଓଟିପି ହଠାତ କାହାରିକୁ ନଦେବାକୁ ପରାମର୍ଶ ଦେଇଥିଲେ l
ଅନଲାଇନରେ ଠକେଇ ହେବାମାତ୍ରେ ହେଲ୍ପ ଲାଇନ ନମ୍ବର ୧୯୩୦ ରେ କଲକରି ଜଣାଇବାକୁ କୁହା ଯାଇଥିଲା l ଏତଦ ବ୍ୟତୀତ ସୋସିଆଲ ମିଡ଼ିଆରେ ନକଲି ସନ୍ଦିଗ୍ଧ ପୋଷ୍ଟ ଦେଖିବା ମାତ୍ରେ ତୁରନ୍ତ ଥାନାକୁ ଜଣାଇବାକୁ ପରାମର୍ଶ ଦେଇଥିଲେ l “ସଚେତନତା ହିଁ ସୁରକ୍ଷା ମନ୍ତ୍ର “କୁ ଅନୁସରଣ କରିବା ପାଇଁ ପୋଲିସ ଅଧିକାରୀ ମାନେ କହିଥିଲେ l ଏହି ଅବସରରେ ଏକ ସଚେତନତା ରଥ କୁ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l

No Result
View All Result