No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- କେଦାର ନାଥ ଗବେଷଣା ପ୍ରତିଷ୍ଠାନ , ଭୁବନେଶ୍ୱର ଓ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ସହଯୋଗରେ ଐତିହାସିକ କେଦାନାଥ ମହାପାତ୍ରଙ୍କ ଜୟନ୍ତୀ ତଥା ପ୍ରତିଷ୍ଠାନର ବାର୍ଷିକ ଉତ୍ସବ ପାଳନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଇଷ୍ଟର୍ଣ୍ଣ ମିଡ଼ିଆ ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଞ୍ଜନ ପଟ୍ଟନାୟକ ଉଦ୍ଘାଟକ ରୂପେ ଯୋଗଦେଇ ଉପସ୍ଥିତ ସାରସ୍ଵତ ସାଧକମାନଙ୍କୁ ସମ୍ମାନ ପ୍ରଦାନ କରିବା ସହିତ ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ନିମନ୍ତେ ମତ ରଖିଥିଲେ ।

ଏହି ଉତ୍ସବରେ ବିଶିଷ୍ଟ ସାରସ୍ଵତ ସାଧକ ତଥା ବିଶିଷ୍ଟ କବି ଡକ୍ଟର ତ୍ରିନାଥ ପଟ୍ଟନାୟକଙ୍କୁ ତାଙ୍କର ଶତାଧିକ ପୁସ୍ତକ ରଚନା ଓ ଅନୁବାଦ କାର୍ଯ୍ୟ ନିମନ୍ତେ,ସାହିତ୍ୟ କୃତି ପାଇଁ “ଶତଭିଷା ଅନୁବାଦ ସମ୍ମାନ ” ଫଳକ, ସାଲ୍, ତଥା ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାନର ସଭାପତି ରଘୁନାଥ ମିଶ୍ର, ପ୍ରାକ୍ତନ କୁଳପତି, ଡକ୍ଟର ଓମପ୍ରକାଶ ମହାନ୍ତି , ସ୍ବତନ୍ତ୍ର ଶାସନ ସଚିବ ଡ. ଦେବପ୍ରସାଦ ଦାସ, ଡ. ଅଜିତ ତ୍ରିପାଠୀ, ପ୍ରଫେସର ଉଦୟନାଥ ସାହୁ,

ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲା ବେଳେ ଏଥିରେ ପ୍ରତିଷ୍ଠାନର ସମ୍ପାଦକ ଡ. ରମେଶ ଚନ୍ଦ୍ର ପାଣି ବିବରଣୀ ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଭାଷାବିତ ଦେବୀ ପ୍ରସନ୍ନ ପଟ୍ଟନାୟକ, ପ୍ରଫେସର ଶକୁନ୍ତଳା ବଳିଆର ସିଂହ, ପ୍ରମୁଖ ଯୋଗ ଦେଇଥିଲେ , ଉକ୍ତ ଉତ୍ସବରେ ସହ ସଂପାଦିକା ସାହିତ୍ୟିକ ତନୟା ଦାସ ଗୋସ୍ୱାମୀ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଏଥିରେ ବହୁ ସଂଖ୍ୟାରେ ସାହିତ୍ୟିକ, କବି, ଲେଖକ ଏବଂ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦାନ କରିଥିଲେ ।

No Result
View All Result