ବାଲିଗୁଡା (ଓଡିଶା ତାଜାନ୍ୟୁଜ ) ନି. ପ୍ର :- କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ଯାଳୟର ୪୮ତମ ସ୍ୱନକ୍ଷତ୍ର ଉତ୍ସବ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଅଧ୍ଯକ୍ଷ ଡ.ବିଭୂତି ଭୂଷଣ ଆଚାର୍ଯ୍ୟ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭମ୍ ଭୋସଲେ ଯୋଗଦେଇ ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ସୁନ୍ଦର ମୂର୍ତ୍ତି ବନିବା ସକାଶେ ଅଧ୍ଯବସାୟ ନିତାନ୍ତ ଜରୁରୀ ବୋଲି କହି ଶୃଙ୍ଖଳିତ ଜୀବନ ରେ ଅପରିହାର୍ଯ୍ଯ ସମ୍ପର୍କରେ ବୁଝାଇଥିଲେ l















