No Result
View All Result
ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବୋଲଗଡ଼ ବ୍ଲକ୍ ଧଳାପଥର ପଞ୍ଚାୟତ ଅନ୍ତର୍ଗତ କୋଦୁଅ ବେରେଣୀ ଗ୍ରାମରେ ନବ ନିଯୁକ୍ତ ଶିଳ୍ପ ବିକାଶ ଅଧିକାରୀ ମୋନାଲିସା ମିଶ୍ରଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଅଛି, l କୋଦୁଅ ବେ୍ରେଣୀ ଅଞ୍ଚଳର ବରିଷ୍ଠ ଟେରାକୋଟା ଶିଳ୍ପୀ ଦେବେନ୍ଦ୍ର ମୁଦୁଲିଙ୍କ ବାସଭବନଠାରେ ଅନୁଷ୍ଠିତ ଏକ ବୈଠକରେ ଆଞ୍ଚଳିକ ଶିଳ୍ପୀ ସଂଘ ସଂଯୋଜକ କଳ୍ପତରୁ ପଣ୍ଡା ଓ ଗ୍ରାମର ଅନ୍ୟ ଟେରାକୋଟା ଶିଳ୍ପୀମାନେ ଏକତ୍ରିତ ହୋଇ ନୂତନ ଶିଳ୍ପ ବିକାଶ ଅଧିକାରିଣୀଙ୍କୁ ମୋନାଲିଶା ମିଶ୍ରଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ l
ଏହି ଅବସରରେ ଶ୍ରୀମତୀ ମିଶ୍ର ବେଗୁନିଆ ଓ ବୋଲଗଡ଼ ଶିଳ୍ପୀ କାରିଗର କଳାକାରମାନଙ୍କ ପ୍ରତି ଦୀର୍ଘଦିନ ଧରି ହୋଇ ଆସୁଥିବା ସରକାରୀ ଉଦାସୀନତାର କାରଣକୁ ଅନୁଧ୍ୟାନ କରିଥିଲେ l ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ତରଫରୁ ମିଳୁଥିବା ସମସ୍ତ ସରକାରୀ ଓ ଆର୍ଥିକ ସହାୟତା କିଭଳି ପ୍ରକୃତ ହିତାଧିଜାରୀ କାରିଗରମାନଙ୍କ ନିକଟରେ ପହଞ୍ଚି ପାରିବ ସେଥିପ୍ରତି ଯୋଜନବଦ୍ଧ ଭାବେ କାମ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ l
ଆଗାମୀ ଦିନରେ ପ୍ରତି ପଞ୍ଚାୟତ ଗ୍ରସ୍ତ କରି କାରିଗର ଶିଳ୍ପୀ କଳାକାରମାନଙ୍କୁ ସଚେତନତା କରାଇବା ପାଇଁ ସେ ପ୍ରସ୍ତୁତ ଥିବା ପ୍ରକାଶ କରିଥିଲେ l କାରିଗର ଶିଳ୍ପୀ ସଂଘ ସଂଯୋଜକ କଳ୍ପତରୁ ପଣ୍ଡା ଶ୍ରୀମତୀ ମିଶ୍ର ଙ୍କର ଏହି ଉଦ୍ୟମକୁ ଉଚ୍ଚ ଭୂୟସୀ ପ୍ରଶଂସା କରିବା ସହ ଦୀର୍ଘ ଦିନ ପରେ ବେଗୁନିଆ ଓ ବୋଲଗଡ଼ ଅଞ୍ଚଳକୁ ଏହି ଭଳି ଦକ୍ଷ ଓ କର୍ତ୍ତବ୍ୟ ପରାୟଣ ଅଧିକାରୀ ପଠେଇ ଥିବାରୁ ଶିଳ୍ପ ନିର୍ଦ୍ଦେଶାଳୟକୁ ଧନ୍ୟବାଦ ଅର୍ପଣ କରିଥିଲେ ଓ ଶିଳ୍ପୀ ସଂଘ ତରଫରୁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ l ପରିଶେଷରେ କାରିଗର ଶିଳ୍ପୀ ପ୍ରକାଶ ମୁଦୁଲି ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ l

No Result
View All Result