No Result
View All Result
ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଅଖିଳ ବିଶ୍ବ ଗାୟତ୍ରୀ ପରିବାର,ଶାନ୍ତିକୁଞ୍ଜ ହରିଦ୍ଵାର ଆନୁକୂଲ୍ୟରେ ଦିବ୍ଯ ଅଖଣ୍ଡ ଦୀପର ଶତାବ୍ଦୀ ସମାରୋହ ଓ ପରମ ବନ୍ଦନୀୟା ମାତାଜୀ ଭଗବତୀ ଦେବୀ ଶର୍ମାଙ୍କ ଜନ୍ମ ଶତାବ୍ଦୀ ବର୍ଷ ଅବସରରେ ଶାନ୍ତିକୁଞ୍ଜ ହରିଦ୍ବାରରୁ ଆସିଥିବା ଜ୍ଯୋତି କଳସ ରଥକୁ ନୟାଗଡ଼ ଜିଲ୍ଲା ତରଫରୁ ଚମ୍ପତିପୁର ଗ୍ରାମ ଠାରେ ସ୍ବାଗତ କରାଯିବ ସହିତ ଶହେରୁ ଉର୍ଦ୍ଧ୍ବ ଗାୟତ୍ରୀ ପରିଜନ ମାନଙ୍କୁ ନେଇ ଏକ ବିଶାଳ ନିଶା ନିବାରଣ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି ।

ଏହି ଶୋଭାଯାତ୍ରା ଚମ୍ପତିପୁର, ଆଙ୍କୁଲିପାଟଣା,ନାଟୁଗାଁ ପରିକ୍ରମା କରି କଦଳୀବସ୍ତ ସାହିରେ ପହଞ୍ଚିବା ପରେ ସେଠାରେ ଆୟୋଜିତ ପଞ୍ଚ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି । ଏହି ଜ୍ଯୋତି କଳସ ରଥରେ ପରିବ୍ରାଜକ ଭାବେ ସମଗ୍ର ଓଡିଶା ରାଜ୍ଯ ପରିକ୍ରମା କରୁଥିବା ପ୍ରତାପ କୁମାର ସ୍ବାଇଁ,ଅନନ୍ତ ବଳିୟାର ସିଂହ ଓ ବିଜୟ କୁମାର ସାହୁଙ୍କୁ ସ୍ବାଗତ କରାଯାଇ ଥିବା ବେଳେ ଗାୟତ୍ରୀ ପରିବାର ନୟାଗଡ଼ ଜିଲ୍ଲା ର ଭଗବାନ ମନ୍ତ୍ରୀ,ତାରିଣୀ ଚରଣ ମହାରଣା ଓ ତ୍ରିଲୋଚନ ପାତ୍ର ଅନୁଷ୍ଠିତ ପଞ୍ଚ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞକୁ ସଂଚାଳନ କରିଥିଲେ।

ଗାୟତ୍ରୀ ପରିବାର ନୟାଗଡ଼ ଜିଲ୍ଲା ସଂଯୋଜକ ଭାସ୍କର ଚନ୍ଦ୍ର ସାହୁ, ସହ ସଂଯୋଜକ ଶ୍ରୀଧର ସାହୁ, ବରିଷ୍ଠ ସଦସ୍ଯ ରାହାସ ବିହାରୀ ସେଠୀ, ରାମଚନ୍ଦ୍ର ଦାସ, ପ୍ରାଣକୃଷ୍ଣ ସାହୁ, ଅଜୟ ସାହୁ, ପ୍ରଭାତ କୁମାର ବେହେରା ଆଦି କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି ଜ୍ଯୋତି କଳସ ରଥଯାତ୍ରା ସମଗ୍ର ନୟାଗଡ଼ ଜିଲ୍ଲା ପରିକ୍ରମା କରିବ ବୋଲି ଗାୟତ୍ରୀ ପରିବାର ନୟାଗଡ଼ ଜିଲ୍ଲା ସହ ସଂଯୋଜକ ଶ୍ରୀଧର ସାହୁ ସୂଚନା ପ୍ରଦାନ କରିଛନ୍ତି।

ଆସନ୍ତାକାଲି ଅର୍ଥାତ୍ ଅକ୍ଟୋବର ୧୭ ତାରିଖରେ ନୟାଗଡ଼ ବ୍ଳକ, ୧୮ ତାରିଖରେ ନୁଆଗାଁ ଓ ଦଶପଲ୍ଲା ବ୍ଳକ, ୧୯ ତାରିଖରେ ଖଣ୍ଡପଡ଼ା ବ୍ଳକ, ୨୦ ତାରିଖରେ ଭାପୁର ବ୍ଳକ, ୨୧ ଓ ୨୨ ତାରିଖରେ ରଣପୁର ବ୍ଳକ, ୨୩,୨୪ ଓ ୨୫ ତାରିଖରେ ଓଡଗାଁ ବ୍ଳକରେ ଏହି ଜ୍ଯୋତି କଳସ ରଥଯାତ୍ରା ପରିକ୍ରମା କରିବ ବୋଲି ସହସଂଯୋଜକ ଶ୍ରୀଯୁକ୍ତ ସାହୁ ସୂଚନା ଦେଇଛନ୍ତି ।

No Result
View All Result