ବାଲିଗୁଡା (ଓଡିଶା ତାଜାନ୍ୟୁଜ) (ନି.ପ୍ର) :- ନୂଆଦିଲ୍ଲୀର ଜାତୀୟ ଆଇନ ସେବା ପ୍ରାଧିକରଣ ଙ୍କ ନିର୍ଦ୍ଦେଶ ଅବସରରେ ସ୍ଥାନୀୟ ତାଲୁକ୍ ଆଇନ ସେବା ସମିତି ପକ୍ଷରୁ ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଏବଂ ଅବୈଧ ଚାଲାଣ ବିରୋଧୀ ଦିବସ ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ସିଭିଲ୍ ଏବଂ ଫୌଜଦାରୀ କୋର୍ଟ ପରିସରରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ଅଧ୍ୟକ୍ଷା ମହମ୍ମଦ ଫୈଜଲ , ଏସଡିଜେଏମ ଶୁଭଦର୍ଶି ତ୍ରିପାଠୀ ଅତିଥି ଭାବେ ଯୋଗଦେଇ ଅଂଶଗ୍ରହଣ କାରୀ ମାନଙ୍କୁ ସମ୍ବୋଧନ କରିଥିଲେ ।
















