No Result
View All Result
ଜଗତସିଂହପୁର (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଶନିବାର ସେଣ୍ଟ ଜନ୍ ଆମ୍ବୁଲାନ୍ସ, ଜିଲ୍ଲା ଶାଖା ଜଗତସିଂହପୁର ଆନୁକୂଲ୍ୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର , ବିରିଡି ସଭାଗୃହରେ ଜାତୀୟ ସ୍ତରୀୟ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷକ ଗୋପାଳ କୃଷ୍ଣ ମିଶ୍ରଙ୍କ ସଭାପତିତ୍ବରେ ବିଶ୍ଵ ପ୍ରାଥମିକ ଉପଚାର ଦିବସ ଅନୁଷ୍ଠିତ ହୋଇଯାଇଅଛି. ପ୍ରାରମ୍ଭରେ ପ୍ରତୀକ୍ଷା କଳା ଏକାଡେମୀ ପକ୍ଷରୁ ଭୂମିଜା ରଥଙ୍କ ଦ୍ଵାରା ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା. ପରେ ଆଜିର ଦିବସ ପାଳନର ତାତ୍ପର୍ଯ୍ୟ ଏବଂ ପ୍ରାଥମିକ ଉପଚାରର ଆବଶ୍ୟକତା , ଉପଯୋଗିତା ଉପରେ ସେଣ୍ଟ ଜନ୍ ଆମ୍ବୁଲାନ୍ସ, ଜିଲ୍ଲା ଶାଖାର ଯୁଗ୍ନ ସଂପାଦକ ଡାକ୍ତର ଲୋକନାଥ ସାହୁ ଆଲୋକପାତ କରିବା ସହ ଅତିଥିମାନଙ୍କର ପରିଚୟ ଏବଂ ସ୍ୱାଗତ ଭାଷଣ ଦେଇଥିଲେ.

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ମଣ୍ଡଳ ସହ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରକାଶ ରଞ୍ଜନ ଦାଶ ଏବଂ ମୁଖ୍ୟ ଅତିଥି ଭାବେ ଜାତୀୟ ସ୍ତରୀୟ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷକ ଡାକ୍ତର ବିକାଶ ପ୍ରସାଦ ଯୋଗଦେଇ ବିଭିନ୍ନ ପ୍ରାଥମିକ ଚିକିତ୍ସା ସମ୍ବନ୍ଧୀୟ ଜ୍ଞାନ ଓ କୌଶଳମାନ ଉପସ୍ଥିତ ଦର୍ଶକମାନଙ୍କୁ ଦେଖାଇଥିଲେ. ଏହି ଅବସରରେ ବିରିଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବରିଷ୍ଠ ସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ତୁଷାର ରଂଜନ ବାରିକ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଗ୍ରାମାଞ୍ଚଳରେ ପ୍ରାଥମିକ ଉପଚାର ତାଲିମ କୁ ବ୍ୟାପକ କରିବା ପାଇଁ ଆୟୋଜକମାନଙ୍କୁ ନିବେଦନ କରିବା ସହ ଏହି ପରି ଉପାଦେୟ କାର୍ଯ୍ୟକ୍ରମକୁ ସାଧୁବାଦ ଜଣାଇଥିଲେ.

ପରେ ପରେ ପ୍ରାଥମିକ ଉପଚାର ଏବଂ ବିପର୍ଯ୍ୟୟ ପ୍ରଶମନ ସମୟରେ ଆବଶ୍ୟକୀୟ ସୂଚନାମାନଙ୍କୁ ସମ୍ଵାଦପତ୍ରରେ ପ୍ରକାଶ କରି ଉଲ୍ଲେଖନୀୟ ଅବଦାନ ପାଇଁ ବିରିଡିର ଦୁଇ ଜଣ ବରିଷ୍ଠ ସାମ୍ବାଦିକ ଲକ୍ଷ୍ମୀକାନ୍ତ ଜେନା , ପ୍ରଶାନ୍ତ କୁମାର ରାଉତ ଏବଂ ତିନି ଜଣ ଯୁବ ସାମ୍ବାଦିକ ଅରୁଣ କୁମାର ଦାଶ, ବସନ୍ତ କୁମାର ବେହେରା ଏବଂ ବିଜୟ କୁମାର ରାଉତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା.

ଏହି କାର୍ଯ୍ୟକ୍ରମକୁ ସହାୟତା କରିଥିବା ବିରିଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ବିରିଡି ସ୍ଥିତ ଅଙ୍ଗଦାନ ସଚେତନ ଗ୍ରୁପ୍ ସମିତି ଏବଂ ଜଗତସିଂହପୁର ର ମା ଶାରଳା ଆମ୍ବୁଲାନ୍ସ ଡିଭିଜନର ସମସ୍ତ କର୍ମକର୍ତ୍ତାଙ୍କ ତଥା ଉପସ୍ଥିତ ସମସ୍ତଙ୍କୁ ଦେବର୍ଷି ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ. ଏହି କାର୍ଯ୍ୟକ୍ରମକୁ ଶିବ ପ୍ରସାଦ ଦାଶ, ନିକୁଞ୍ଜ ବିହାରୀ ଭଞ୍ଜ , ଲାଲା ସଂଗ୍ରାମ କେଶରୀ ରାୟ, ଅବନୀକାନ୍ତ ମହାରଣା, ସ୍ଵପ୍ନା ମିଶ୍ର, ସୁବ୍ରତ ମହାନ୍ତି, ଜନ ରଂଜନ ସ୍ୱାଇଁ, ଭାଗ୍ୟଶ୍ରୀ ଜେନା, ଆକାଶ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ.

No Result
View All Result