No Result
View All Result
ନୟାଗଡ଼ (ଓଡିଶା ତାଜାନ୍ୟୁଜ) (ନି.ପ୍ର) :- ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଦୀର୍ଘ 15ଦିନ ଧରି ଅନୁଷ୍ଠିତ ହେଉଥିବା ଜିଲ୍ଲାବ୍ୟାପି ସେବା ଉତ୍ସବ -2026 ର ଚତୁର୍ଥ ଦିବସରେ ଆଜି ଭାପୁର ବ୍ଲକର ବିଭିର୍ଣ୍ଣ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଭାପୁର ବ୍ଲକର ରାକମା, ବିଜିପୁର ଓ ଭାପୁର ପଞ୍ଚାୟତର ବିଭିର୍ଣ୍ଣ ସ୍ଥାନରେ ଗରିବ ଓ ଅସହାୟଲୋକଙ୍କୁ ବସ୍ତ୍ର , ଖାଦ୍ୟ ଓ ଚପଲ ବଣ୍ଟନ କରାଯାଇଥିଲା l

ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ଉତ୍ସବ ମାଧ୍ୟମରେ ସାରା ନୟାଗଡ଼ରେ ସେବା ଓ ଦାନର ଏକ ନିଆରା ପରମ୍ପରା ସୃଷ୍ଟି କରି ଏକ ସୁସ୍ଥ ସମାଜ ଗଠନ ପାଇଁ ଯୁବପିଢ଼ିଙ୍କୁ ଆହ୍ୱାନ ଦିଆଯାଇଥିଲା l ଆଜିର କାର୍ଯ୍ୟକ୍ରମକୁ ସେବା ସମିତି ସଦସ୍ୟ ଆଦିତ୍ୟ ପାଳ, ସତ୍ୟନାରାୟଣ ବେହେରା, ପରମେଶ୍ୱର ସାହୁ, ସୋମ୍ୟା ସ୍ୱୟଂପ୍ରଭା, ଶୁଭସ୍ମିତା ମିଶ୍ର,
ଜଗନ୍ନାଥ କଂହର, ଆଶିଷ କୁମାର ନାୟକ , ଜ୍ଞାନରଞ୍ଜନ ବିଶ୍ୱାଳ , ସିପୁନ ସାମନ୍ତରାୟ ସତ୍ୟରଞ୍ଜନ ସାହୂ ,ଅଭିନାଶ ସାହୂ , ,ପ୍ରମୁଖ ସାମିଲ ହୋଇଥିଲେ l ଗତ ଦଶବର୍ଷ ଧରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ୟାପକ ସେବା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ଚଳିତ ବର୍ଷ ଏହି ଉତ୍ସବ ଜିଲ୍ଲାବ୍ୟାପି ଆଗାମୀ ଜୁଲାଇ 20 ତାରିଖ ଯାଏଁ ଅନୁଷ୍ଠିତ ହେବ ବୋଲି ସମିତି ପକ୍ଷରୁ କୁହାଯାଇଛି l

No Result
View All Result