ବାଲିଗୁଡା .(ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଠାରେ ଥିବା ବିଜୟ ହାଇସ୍କୁଲକୁ ଜୁନିୟର କଲେଜ ମଞ୍ଜୁରୀ କରିଥିବା ନିଷ୍ପତିକୁ ତିବ୍ର ବିରୋଧ କରିବା ସହ ଖୁବ ଶୀଘ୍ର ଏହି ନିଷ୍ପତ୍ତି କୁ ସରକାର ପ୍ରତିହାର କରନ୍ତୁ ବୋଲି ଅଭିଭାବକ, ଜିଲ୍ଲା ବିକାଶ ପରିଷଦ ଓ ବୁଦ୍ଧିଜୀବି ମାନେ ଦାବୀ କରିଛନ୍ତି l ସୂଚନା ଯୋଗ୍ୟ ଯେ, ରାଜ୍ୟ ସରକାର ଜୁନିୟର କଲେଜ ଖୋଲିବା ନେଇ ବିଜ୍ଞାପନ ନୀତି ନିୟମ ପ୍ରକାରେ ୧୨୮ ଟି ଜୁନିୟର କଲେଜ ଖୋଲିବା ପାଇଁ ସରକାର ଙ୍କ ଅନ ଲାଇନ ମାଧ୍ୟମରେ ଆବେଦନ କରିଥିଲେ ।















