No Result
View All Result
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବାଟୋଇ ସିଷ୍ଟମ୍ସର ଏକ ପ୍ରମୁଖ ଡିଜିଟାଲ ସେବା, ଓଡ଼ିଶା୩୬୦.କମ ପକ୍ଷରୁ ଆନୁଷ୍ଠାନିକ ଭାବେ ଏହାର ନୂଆ ଇଂଟିଗ୍ରେଟେଡ ପୋର୍ଟାଲର ଶୁଭାରମ୍ଭ କରାଯାଇଛି । ଏହି ଉଦ୍ଘାଟନ କାର୍ଯ୍ୟକ୍ରମ ୨୦୨୫ ଅକ୍ଟୋବର ୧୫ରେ ଭୁବନେଶ୍ୱରର ସ୍ୱସ୍ତି ପ୍ରିମିୟମରେ ଅନୁଷ୍ଠିତ ହୋଇଛି । ଏହି ନୂଆ ପ୍ଲାଟଫର୍ମରେ ଓଡ଼ିଶାର ବ୍ୟବସାୟ ଡିରେକ୍ଟୋରି, ବଜାର, ନିଯୁକ୍ତି ତାଲିକା, ଭ୍ରମଣ ବିକଳ୍ପ, କାର୍ଯ୍ୟକ୍ରମ କ୍ୟାଲେଣ୍ଡର ଏବଂ ପବ୍ଲିକେସନକୁ ଏକ ଉପଭୋକ୍ତା-ଅନୁକୂଳ ଡିଜିଟାଲ ବ୍ୟବସ୍ଥାରେ ଏକତ୍ରିତ କରାଯାଇଛି, ଯାହାଦ୍ୱାରା ଉପଭୋକ୍ତାମାନେ ଏସମସ୍ତ ସୁବିଧାକୁ ଗୋଟିଏ ସ୍ଥାନରେ ସହଜରେ ପାଇପାରିବେ ।

ଏସମ୍ପର୍କରେ ଓଡ଼ିଶା୩୬୦ ଏବଂ ବାଟୋଇର ସିଇଓ ଡ. ଅଶ୍ୱିନୀ କୁମାର ରଥ କହିଛନ୍ତି ଯେ, “ଓଡ଼ିଶା୩୬୦ ଓଡ଼ିଶାର ଲୋକ ଓ ସଂଗଠନମାନଙ୍କ ଜୀବନକୁ ସହଜ କରିବା ପାଇଁ ନିର୍ମିତ । ଚାକିରି ଖୋଜିବାଠାରୁ ଆରମ୍ଭ କରି ବ୍ୟବସାୟ ତାଲିକାଭୁକ୍ତ କରିବା କିମ୍ବା ସପ୍ତାହ ଶେଷରେ ଭ୍ରମଣ ଯୋଜନା କରିବା ପର୍ଯ୍ୟନ୍ତ ଯାଂଚ କରାଯାଇଥିବା ତାଲିକା, ସ୍ୱଚ୍ଛ ମୂଲ୍ୟ ନିର୍ଦ୍ଧାରଣ ଏବଂ ସୁରକ୍ଷିତ ପେମେଂଟ ସହିତ ଆପଣମାନେ ଏବେ ସବୁକିଛି ଗୋଟିଏ ସ୍ଥାନରେ କରିପାରିବ ।”
ଏହି ପୋର୍ଟାଲରେ ଗୋଷ୍ଠୀ ପାଇଁ ପ୍ରସ୍ତୁତ କରାଯାଇଥିବା ଅନେକ ମୁଖ୍ୟ ବୈଶିଷ୍ଟ୍ୟ ରହିଛି । ଏକ ଯାଂଚ କରାଯାଇଥିବା ବ୍ୟବସାୟ ଡିରେକ୍ଟୋରି ଏବଂ ବଜାର ଅଧିକ ଦୃଶ୍ୟମାନତା ଓ ଲିଡ୍ ଟ୍ରାକିଂ ପାଇଁ ପ୍ରିମିୟମ୍ ବିକଳ୍ପ ପ୍ରଦାନ କରୁଛି । ନିଯୁକ୍ତି ଓ ଦକ୍ଷତା ବିଭାଗ, ଓଡ଼ିଶା ବଜାର ପାଇଁ ବିଶେଷ ଭାବେ ତିଆରି କରାଯାଇଥିବା ଚାକିରି ତାଲିକା ଏବଂ ରିଜ୍ୟୁମର ଏକ ସନ୍ଧାନଯୋଗ୍ୟ ଡାଟାବେସ ପ୍ରଦାନ କରେ, ଯାହା ନିଯୁକ୍ତିଦାତା ଓ ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ନିଯୁକ୍ତି ପ୍ରକ୍ରିୟାକୁ ସରଳ କରିବ ।

ଏହାର ଓଡ଼ିଶା ଭ୍ରମଣ ବିଭାଗ, ସୁରକ୍ଷିତ ପେମେଂଟ ସହିତ ବିଶ୍ୱସନୀୟ ଟୁର ପ୍ୟାକେଜ, ହୋଟେଲ ବୁକିଂ ଏବଂ ରେସ୍ତୋରାଁ ଗାଇଡ ପ୍ରଦାନ କରୁଛି । ଏହା ବ୍ୟତୀତ ଏକ ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମ କ୍ୟାଲେଣ୍ଡର ଆୟୋଜକମାନଙ୍କୁ ସେମାନଙ୍କ କାର୍ଯ୍ୟକ୍ରମ ତାଲିକାଭୁକ୍ତ କରିବାକୁ ଏବଂ ଟିକେଟ ପରିଚାଳନା କରିବା ସୁବିଧା ଯୋଗାଇଦେବ । ଏହି ପ୍ଲାଟଫର୍ମ ବ୍ୟକ୍ତି ଓ ସଂଗଠନମାନଙ୍କ ପାଇଁ ସମର୍ପିତ ପ୍ରିମିୟମ୍ ପ୍ଲାନ ମଧ୍ୟ ପ୍ରଦାନ କରୁଛି ଯାହା ସେମାନଙ୍କ ଉପସ୍ଥିତି ଓ ପ୍ରଭାବକୁ ସର୍ବାଧିକ କରିବା ପାଇଁ ଉନ୍ନତ ପ୍ରକାଶନ ଓ ଦୃଶ୍ୟମାନତା ଟୁଲ ଯୋଗାଇଦେଉଛି ।
ଜଣେ ସହଯୋଗୀ ପ୍ରତିନିଧି ପ୍ଲାଟଫର୍ମର ସମ୍ଭାବନା ଉପରେ ମନ୍ତବ୍ୟ ଦେଇ କହିଛନ୍ତି ଯେ, “ଏହି ନୂଆ ପ୍ଲାଟଫର୍ମ ଏମଏସଏମଇମାନଙ୍କ ଉପସ୍ଥିତି ବଢ଼ାଇବା ଏବଂ ଉନ୍ନତି କରିବା ପାଇଁ ଏକ ସ୍ପଷ୍ଟ ଅଭିବୃଦ୍ଧି ପଥ ପ୍ରଦାନ କରିବ । ଏହା ବ୍ୟବହାରିକ, ସୁଲଭ ଏବଂ ଓଡ଼ିଶାର ଲୋକଙ୍କ ପାଇଁ ନିର୍ମିତ । “ଓଡ଼ିଶା୩୬୦.କମ ଏହି ଏକୀକୃତ ଉଦ୍ୟମ ସ୍ଥାନୀୟ ଅର୍ଥନୀତିକୁ ସଶକ୍ତ କରିବା ଏବଂ ଅଧିବାସୀ ଓ ପରିଦର୍ଶକମାନଙ୍କ ପାଇଁ ଡିଜିଟାଲ ପ୍ରବେଶକୁ ସରଳ କରିବାକୁ ଲକ୍ଷ୍ୟ ରଖିଛି ।

No Result
View All Result