ବୋଲଗଡ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଗ୍ରାମାଞ୍ଚଳର କୋମଲ ମତି ଛାତ୍ରଛାତ୍ରୀମାନଙ୍କର ଗୁଣାତ୍ମକ ଶିକ୍ଷାର ଉର୍ନତି ପାଇଁ କେନ୍ଦ୍ର ଓ ରାଜ୍ୟସରକାରଙ୍କ ମାଧ୍ୟମରେ ସମର୍ଗ ଶିକ୍ଷା ଆନୁକୂଲ୍ୟରେ ଶିକ୍ଷାର ବିକାଶ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଅ ଛନ୍ତି ! ବୋଲଗଡ ଶିକ୍ଷା ବ୍ଲକ ଅନ୍ତର୍ଗତ ଚୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ନେଇ ମଙ୍ଗଳବାର ଦିନ ଚୁଡା ଗ୍ରାମର ବରିଷ୍ଠ ନଗରୀକ ଓ ଗ୍ରାମବାସୀମାନେ ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟକୁ ଘୋରାଉ କରିଥିଲେ !

ଏହି ବିଦ୍ୟାଳୟଟି ୧୮୯୫ ମସିହାରେ ସ୍ଥାପିତ ହୋଇଥିବା ବେଳେ ୧୩୦ବର୍ଷର ସର୍ବ ପୁରାତନ ବିଦ୍ୟାଳୟଅଟେ ! ୪ଜଣ ଶିକ୍ଷକଙ୍କ ମଧ୍ୟରୁ ଏହି ମାସକ ମଧ୍ୟରେ ୨ଜଣ ଶିକ୍ଷକଙ୍କୁ ଏଠାରୁ ଅନ୍ୟତ୍ର ବିଦ୍ୟାଳକୁ ବଦଳି କରାଯାଇଛି ! ଚୁଡା ଗ୍ରାମସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୫୮ଜଣ ଛାତ୍ରଛାତ୍ରୀମାନେ ଅଧୟନ କରୁଅଛନ୍ତି ! ଛାତ୍ରଛାତ୍ରୀମାନଙ୍କ ଉଜ୍ବଳ ଭବିଷ୍ୟତ ସହିତ ନ ଖେଳି ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ଏଠାରେ ନୂତନ ଶିକ୍ଷକ ନିଯୁକ୍ତି ଦେବା ପାଇଁ ଗ୍ରାମବାସୀମାନେ ଏହା ଲିଖିତ ଦାବୀ କରିଛନ୍ତି !.

ଏହି ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ବର୍ତ୍ତମାନ ସୁଧା ୨ଜଣ ଶିକ୍ଷକ କାର୍ଯ୍ୟ କରୁଅଛନ୍ତି ! ଆବଶ୍ୟକୀୟ ଶିକ୍ଷକ ଅଭାବରୁ ଏହି ବିଦ୍ୟାଳୟରେ ଶିକ୍ଷାଦାନ ବିଫଳ ଘଟିଅଛି ! ତେଣୁ ଏହି ବିଦ୍ୟାଳୟକୁ ନୂତନ ଭାବେ ୨ଜଣ ଶିକ୍ଷକ /ଶିକ୍ଷୟିତ୍ରୀ ନିଯୁକ୍ତି ଦେବାକୁ ଦେବାକୁ ବରିଷ୍ଠ ନାଗରିକ, ଗ୍ରାମବାସୀ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁଶାନ୍ତ ରାଉତ,ପୂର୍ବତନ ଶିକ୍ଷକ ଅଶୋକ କୁମାର ଦତ୍ତ, ଗ୍ରାମ ସଭାପତି କୈଳାସ ଚନ୍ଦ୍ର ସାହୁ, ଦିବାକର ରାଉତ,ଗୋଲଖ କୁମାର ରାଉତ, ପ୍ରେମାନନ୍ଦ ପଟ୍ଟନାୟକ,















