ଭୁବନେଶ୍ୱର ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ
ସାକ୍ଷୀଗୋପାଳ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ତମ ଜନ୍ମଦିବସ ଉପଲକ୍ଷେ ନୃତ୍ୟଧାମ ଭୁବନେଶ୍ୱର ପକ୍ଷରୁ ସାକ୍ଷୀଗୋପାଳ ବମାଦେଇପୁର ସ୍ଥିତ ଜ୍ଞାନ ମନ୍ଦିର ଇଂଲିଶ ମିଡିୟମ ସ୍କୁଲରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

ଏହି ଅବସରରେ ନୃତ୍ୟଧାମ ଭୁବନେଶ୍ୱରର ସେକ୍ରେଟାରୀ ଡା.ଶୁଭଶ୍ରୀ ପଟ୍ଟନାୟକ, ଜ୍ଞାନ ମନ୍ଦିର ଇଂଲିଶ ମିଡିୟମ ସ୍କୁଲର ପ୍ରତିଷ୍ଠାତା ଇଞ୍ଜିନିୟର ବ୍ରଜେନ୍ଦ୍ର କୁମାର ମିଶ୍ର ଏବଂ ଗ୍ରାମ ମୁରବୀ ପ୍ରକାଶ ଚନ୍ଦ୍ର ମିଶ୍ର, ବିଦ୍ୟାଳୟର ଶିକ୍ଷକ ଏବଂ ଅନ୍ୟାନ୍ୟ ଗ୍ରାମବାସୀବୃନ୍ଦ ଉପସ୍ଥିତ ଥିଲେ । ଏହି ଅବସରରେ ବୃକ୍ଷରୋପଣ ସମ୍ପର୍କରେ ସଚେତନତାକୁ ଅଧିକ ସୁଦୃଢ଼ କରିବା ଲାଗି ୧୦ ଅକ୍ଟୋବରରୁ ୧୪ ଅକ୍ଟୋବର ପର୍ଯ୍ୟନ୍ତ ବିଭିନ୍ନ ବିଦ୍ୟାଳୟଗୁଡ଼ିକରେ ପିଲାମାନଙ୍କ ମଧ୍ୟରେ ରଚନା,
କୁଇଜ, ଚିତ୍ର, ନୃତ୍ୟ, ସଙ୍ଗୀତ ଏବଂ ମାରାଥନ ଭଳି ଅନେକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଛି । ସେହିଭଳି ନୃତ୍ୟଧାମ ଭୁବନେଶ୍ୱରର ସେକ୍ରେଟାରୀ ଡା.ଶୁଭଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, “ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ସମର୍ଥନରେ ଭାରତ ରତ୍ନ ଶ୍ରୀ ବାଜପେୟୀଙ୍କ ୧୦୦ତମ ଜନ୍ମଦିବସରେ ଆମେ ଜ୍ଞାନମନ୍ଦିର ଇଂଲିଶ ମିଡିୟମ ସ୍କୁଲରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରି ଅତ୍ୟନ୍ତ ଉତ୍ସାହିତ ।

ଏହା ସହିତ ବିଭିନ୍ନ ବିଦ୍ୟାଳୟଗୁଡ଼ିକରେ ୧୦ ରୁ ୧୪ ତାରିଖ ପର୍ଯ୍ୟନ୍ତ ବୃକ୍ଷରୋପଣ ସହ ନୃତ୍ୟ, ସଙ୍ଗୀତ, କୁଇଜ ଭଳି ଅନେକ ପ୍ରତିଯୋଗୀତା ମଧ୍ୟ ଆୟୋଜନ କରାଯାଇଛି । ଏହା ସହିତ ବୃକ୍ଷରୋପଣ ପାଇଁ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏକ ମାରାଥନ ମଧ୍ୟ ଅନୁଷ୍ଠିତ ହୋଇଛି । ଏହା ସମ୍ପର୍କରେ ଜ୍ଞାନମନ୍ଦିର ଇଂଲିଶ ମିଡିୟମ ସ୍କୁଲର ପ୍ରତିଷ୍ଠାତା ଇଞ୍ଜିନିୟର ବ୍ରଜେନ୍ଦ୍ର କୁମାର ମିଶ୍ର କହିଛନ୍ତି ଯେ,
“ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଏହି ୧୦୦ତମ ଜୟନ୍ତୀ ପାଳନ ଅବସରରେ ଆମ ବିଦ୍ୟାଳୟ ପରିସରରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମର ଆୟୋଜନ ପାଇଁ ମୁଁ ନୃତ୍ୟଧାମ ଭୁବନେଶ୍ୱରକୁ ବହୁତ ଧନ୍ୟବାଦ ଜଣାଉଛି । ଏହାବ୍ୟତୀତ ଏହି ଅବସରରେ ସ୍କୁଲ ପରିସର ମଧ୍ୟରେ ୧୦୦ଟି ଗଛ ଲଗାଇବା ଲାଗି ସେମାନଙ୍କ ପକ୍ଷରୁ ଯୋଜନା କରାଯାଇଛି ଯାହାକୁ ମୁଁ ହୃଦୟରୁ ସ୍ୱାଗତ କରୁଛି ।”














