No Result
View All Result
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଆଜିର ବ୍ୟସ୍ତବହୁଳ ଜୀବନଶୈଳୀ ଓ ଅନିୟମିତ ତଥା ବେପରୁଆ ଜୀବନଧାରା ସକାଶେ ମଣିଷ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛି l ଏଥିରୁ ମୁକ୍ତି ପାଇଁ ଡାକ୍ତରଙ୍କ ପାଖକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବାକୁ ପଡୁଛି l ଡାକ୍ତର ଔଷଧ ବଦଳେଇ ଚାଲିଛନ୍ତି ହେଲେ ରୋଗ ଭଲ ହେଉନାହିଁ l ମାତ୍ର ଆମ ପୂର୍ବପୁରୁଷମାନେ ଆପଣାଉଥିବା ପାରମ୍ପରିକ ଆୟୁର୍ବେଦ ଯୋଗ ଏବଂ ଚେରମୂଳି ଔଷଧରେ କର୍କଟ, ମଧୁମେହ ଆଦି ରୋଗର ଚିକିତ୍ସା ହୋଇପାରିବ ବୋଲି ବୈଦ୍ୟ କର୍ମଶାଳାରେ ମତପ୍ରକାଶ ପାଇଛି l
ବୁଧବାର ଦିନ ସ୍ଥାନୀୟ ବୁଦ୍ଧମନ୍ଦିରଠାରେ ଆୟୋଜିତ ବୈଦ୍ୟଶାଳାରେ ଯୋଗଦେଇ ପ୍ରକୃତିବନ୍ଧୁ ତଥା ବିଶିଷ୍ଟ ବୈଦ୍ୟ ଗଣେଶ ମହାକୁଡ଼ କହିଛନ୍ତି, ଆୟୁର୍ବେଦରେ ରହୁଛି ସବୁ ରୋଗର ନିଦାନ l ସେ ହୋଇପାରେ କର୍କଟ, ମଧୁମେହ, ବାତରୋଗ ବା ପେଟରୋଗ ସବୁର ଚିକିତ୍ସା ଆୟୁର୍ବେଦରେ ରହିଛି l ସେ ଔଷଧର ସେବନ ପ୍ରଣାଳୀ ବତାଇବାସହ ନିଜେ ପ୍ରସ୍ତୁତକରି ଆଣିଥିବା ଔଷଧର ଉପକାରିତା ସଂପର୍କରେ ସୂଚନା ଦେଇଥିଲେ l
ବୈଦ୍ୟଙ୍କ ଚିକିତ୍ସାରେ ସୁସ୍ଥ ହୋଇଥିବା ଦୁଇଜଣ ମହିଳା ସେମାନଙ୍କ ଅନୁଭୂତି ବାଖାଣିଥିଲେ l ଏହି ଅବସରରେ ସ୍ଥାପନାର ଅଧ୍ୟକ୍ଷା ନିବେଦିତା ବଳିୟାରସିଂ ନାୟକଙ୍କ ପକ୍ଷରୁ ଆୟୋଜିତ ଏକ ସଭାରେ ଲେପ୍ଟେନାଣ୍ଟ ଜେନେରାଲ ଡ଼ ନାରାୟଣ ମହାନ୍ତି, ପୂର୍ବତନ ସାଂସଦ ପ୍ରଭାସ ସିଂ, ସୁଶୀଲ କୁମାର ରାଉତରାୟ, ସି.ଏ ମୋହନ କୁମାର ନନ୍ଦ, ଯୋଗଗୁରୁ ସୁହାସ୍ ହୋତା ପ୍ରମୁଖ ଆୟୁର୍ବେଦର ଉପକାରିତା ସଂପର୍କରେ କହିଥିଲେ l କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ସରୋଜ ଭୂୟାଁ l

No Result
View All Result