କଟକ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଓଡ଼ିଶାର ଏକ ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ସଂଗଠନ ପ୍ରାଚୀ ପ୍ରଜ୍ଞା ପରିଷଦର ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ “ରକ୍ତ ଦାନ , ଜୀବନ ଦାନ “କାର୍ଯ୍ୟକ୍ରମ,ଶିବିର ସ୍ବେଚ୍ଛାସେବୀ ଅନୁଷ୍ଠାନ ଯୁବ ଜାଗ୍ରତ ମଞ୍ଚ ସହଯୋଗରେ ଆଜି କଟକ ଜିଲ୍ଲା,କୁରାଙ୍ଗଶାସନ ସ୍ଥିତ ଆମ୍ର ପଲ୍ଲୀ ରିସର୍ଟସ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଶିବିରରେ ମାନ୍ୟବର ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଶ୍ରୀ ଗଗନ ବିହାରୀ ପତି ,ସ୍ଥାନୀୟ କୁରାଙ୍ଗ ଶାସନ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ରୋହିଣୀ ଭୋଇ ,

ଚଳ ଚିତ୍ର ଅଭିନେତା ଶ୍ରୀ ସମୀର କୁମାର ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ଶିବିରଟିକୁ ଉଦ୍ଘାଟନ କରି କହିଥିଲେ ଯେ ସମସ୍ତେ ରକ୍ତଦାନ କରନ୍ତୁ, ରକ୍ତ ଦାନ ହିଁ ଜୀବନ ଦାନ, ରକ୍ତଦାତାମାନଙ୍କର ଏଭଳି ମହତ୍ ଉଦ୍ଦେଶ୍ୟ ଆଉ ଦୁନିଆଁରେ ନାହିଁ । କଟକର ରେଡ୍ କ୍ରସ ସେଣ୍ଟ୍ରାଲ ବ୍ଲଡ଼ ବ୍ୟାଙ୍କ ଦ୍ୱାରା ଏହି ଶିବିରରେ ୫୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ଏହି ଶିବିରଟିକୁ ପ୍ରାଚୀ ପ୍ରଜ୍ଞା ପରିଷଦର ଅଧକ୍ଷ ଶ୍ରୀ ଅଶ୍ୱିନୀ କୁମାର ମହାପାତ୍ର,ସଭାପତି ହଂଶନାଥ ସାହୁ , ଇଞ୍ଜିନିୟର ସୁଶାନ୍ତ କୁମାର ତ୍ରିପାଠୀ, ଆଡଭୋକେଟ କବି ନାରାୟଣ ଜେନା,

ଶିକ୍ଷାବିତ ଅଶୋକ କୁମାର ରାୟ,ଅନୁପ କୁମାର ସାସ୍ମଲ,ପଣ୍ଡିତ ଅଜୟ କୁମାର ପତି,ଉମାକାନ୍ତ କର,ସୁବୋଧ କୁମାର ପ୍ରଧାନ,କୈଳାସ ସାହୁ, ଚନ୍ଦ୍ରମଣି ପ୍ରଧାନ, ଜ୍ଞାନଗୁରୁ ଦିଲ୍ଲୀପ କୁମାର ବେହେରା, ରାଧା ଶ୍ୟାମ ମହାନ୍ତି,ବିନାୟକ ବେହେରା,କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ,କଳ୍ପତରୁ ଖୁଣ୍ଟିଆ,ପ୍ରତାପ କେଶରୀ ପାତ୍ର,ପ୍ରତାପ ଚନ୍ଦ୍ର ପଣ୍ଡା,ସୁଧାଂଶୁ ମହାନ୍ତି,ଧୀରେନ୍ଦ୍ର ସାହୁ,ସୁମିତ୍ରା ଦାସ,ବିଶ୍ୱଜିତ୍ ବେହେରା,ବିଦ୍ୟାଧର ନାୟକ,ସୁବ୍ରତ ବିଶ୍ଵାଳ ,ସନ୍ୟାସୀ ସାହୁ,ବିଷ୍ଣୁ ନାୟକ, ବେଣୁ ଧର ସାହୁ, ଦେବଜ୍ୟୋତି ଆଚାର୍ଯ୍ୟ ,ସୁକାନ୍ତ କୁମାର ବେହେରା ,ଶରତ ଚନ୍ଦ୍ର ଆଚାର୍ଯ୍ୟ,କୈଳାସ ଚନ୍ଦ୍ର ପାତ୍ର ,

ଆଇନଜୀବୀ ସେଖ ଅବଦୁଲ ବାରି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଏହି ଶିବିରରେ ପ୍ରାଚୀ ଉପତ୍ୟକାର ଫୁଲନଖରା ଠାରୁ ନିଆଳି ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳର ଛାତ୍ର, ଯୁବକ ଓ ମହିଳା ସ୍ବେଚ୍ଛସେବୀମାନେ ଯୋଗ ଦେଇ ସ୍ୱେଚ୍ଛା କୃତ ଭାବରେ ରକ୍ତ ଦାନ କରିଥିବାରୁ ରକ୍ତ ଦାତାମାନଙ୍କୁ ଅନୁଷ୍ଠାନ ତରଫରୁ ଉଚ୍ଚ ପ୍ରଶଂସା ସହ ସମ୍ବର୍ଦ୍ଧନା କରାଯାଇଥିଲା ।

ସଂପୂର୍ଣ୍ଣ ଶିବିରଟିକୁ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଇଂଜିନିୟର ସୁଶାନ୍ତ କୁମାର ତ୍ରିପାଠୀ ସଂଯୋଜନା କରିଥିବାବେଳେ ଅନୁଷ୍ଠାନର ଉପସଭାପତି ଅରୁଣ କୁମାର ସାହୁ ସମସ୍ତଙ୍କୁ ଧନ୍ୟ ବାଦ ଅର୍ପଣ କରିଥିଲେ। ଶେଷରେ ବ୍ଲଡ଼ ବ୍ୟାଙ୍କ ଅଧିକାରୀଙ୍କ ଦ୍ଵାରା ଅନୁଷ୍ଠାନକୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା। ପ୍ରତିବର୍ଷ ଅନୁଷ୍ଠାନ ତରଫରୁ ରକ୍ତଦାନ ଶିବିର ଆୟୋଜନ କରାଯାଇ ଆସୁଅଛି। ପ୍ରାଚୀ ପ୍ରଜ୍ଞାପରିଷଦର ଏପରି ରକ୍ତ ଦାନ ଶିବିରର ମହତ ଉଦ୍ଦେଶ୍ୟର କାର୍ଯ୍ୟକ୍ରମକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଭୂୟସୀ ପ୍ରଶଂସା କରାଯାଇଛି।














