No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବିଶିଷ୍ଟ ଶିଶୁ ସାହିତ୍ୟିକ ପ୍ରଶାନ୍ତ କୁମାର ମଙ୍ଗରାଜଙ୍କ ଦ୍ୱାରା କନ୍ନଡ଼ରୁ ଓଡ଼ିଆ ଅନୁବାଦ ଶିଶୁ ଉପନ୍ୟାସ ପୁସ୍ତକ ନବୀନର ମୟୂର ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ଏହି ଉନ୍ମୋଚନ ଉତ୍ସବରେ ରମେଶ ଚନ୍ଦ୍ର ଦାଶଙ୍କ ସଭାପତିତ୍ୱ କରିଥିଲେ । ମୁଖ୍ଯ ଅତିଥି ଭାବେ ବିଶିଷ୍ଟ ଶିଶୁ ସାହିତ୍ୟିକ,
ଶିକ୍ଷାବିତ୍ ତଥା ବାଲ୍ସାହିତ୍ୟ ପୁରସ୍କାର ପ୍ରାପ୍ତ ଡ.ନରେନ୍ଦ୍ର ପ୍ରସାଦ ଦାସ ଯୋଗଦେଇ ଅନୁବାଦ ସାହିତ୍ୟ ସାହିତ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବୃଦ୍ଧି କରିଥାଏ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ବାଲସାହିତ୍ୟ ପୁରସ୍କାର ପ୍ରାପ୍ତ ବୀରେନ୍ଦ୍ର ମହାନ୍ତି, ସମ୍ମାନିତ ଅତିଥି ଭାବେ ବଙ୍କିମ ଚନ୍ଦ୍ର ନାୟକ, ଶ୍ରୀପର୍ଣ୍ଣାର ସମ୍ପାଦକ ଉମାକାନ୍ତ ମହାପାତ୍ର, ପ୍ରଫେସର ଡ. ପ୍ରଭାତ କୁମାର ସାହୁ,
କୁଞ୍ଜବିହାରୀ ସାହୁ, ଡ.ରେଖା ଦାସ ପ୍ରମୁଖ ଅନୁବାଦ ଶିଶୁସାହିତ୍ୟର ଉପାଦେୟତା ଓ ପ୍ରଶାନ୍ତ କୁମାର ମଙ୍ଗରାଜଙ୍କ ଲେଖା ଶୈଳୀ ଓ କୃତିତ୍ୱ ସଂପର୍କରେ ଆଲୋଚନା କରିଥିଲେ। ଉତ୍ସବର ପ୍ରାରମ୍ଭରେ ମହେନ୍ଦ୍ର ବିଶୋଇ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିବା ବେଳେ ନିର୍ଝରିଣୀର ସମ୍ପାଦକ ବିରଞ୍ଚି ନାରାୟଣ ଦାଶ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ।
ପୁସ୍ତକଟିର ସମୀକ୍ଷା କରିଥିଲେ ଶିଶୁ ସାହିତ୍ୟିକ ରଶ୍ମିରଞ୍ଜନ ସାହୁ । ଲକ୍ଷ୍ମୀଧର ମାଝି, କ୍ରିଷ୍ଣା ମହାପାତ୍ର, ଦୁର୍ଗାବତୀ ପ୍ରଧାନ, କବିତା ମିଶ୍ର, କାଶୀନାଥ ମହାପାତ୍ର, ସରୋଜିନୀ ଜେନା, ପର୍ଶୁରାମ ପାତ୍ର, ଲକ୍ଷ୍ମୀପ୍ରିୟା ଦାଶ, ଦେବସ୍ମିତା ପ୍ରଧାନ,
ରଶ୍ମି ବେହେରା, ହିମାଂଶୁ ଶେଖର ଫତେସିଂହ, ସୁଜାତା ସିହ୍ନା, ଶ୍ୟାମ ପ୍ରକାଶ ସେନାପତି, ବିପିନ ବିହାରୀ ଦଳେଇ ପ୍ରମୁଖ ପୁସ୍ତକ ଉନ୍ମୋଚନରେ ସହାୟତା କରିଥିଲେ । ବିଜୟ କୁମାର ପଲେଇ, ଅନ୍ନପୂର୍ଣା ଦେବୀ, ମିନତି ପଟ୍ଟନାୟକ, ଲକ୍ଷ୍ମୀପ୍ରିୟା ଦାସ, ପ୍ରଭାତ ଚନ୍ଦ୍ର ରଥ,
ପ୍ରବାସିନୀ ମିଶ୍ର, ପୌର୍ଣମାସୀ ଦେବୀ, ଚାରୁଲତା ମିଶ୍ର, ମୃତ୍ୟୁଞ୍ଜୟ ଦକ୍ଷିଣରାୟ, ସୁକାନ୍ତ ପଣ୍ଡା, ଶ୍ରୀକାନ୍ତ ମହାନ୍ତି, ରଶ୍ମିରେଖା ସାମନ୍ତରାୟ, ଜାନକୀ ବଲ୍ଲଭ ଦାସ, ଶାନ୍ତିଲତା ମହାପାତ୍ର, ଅର୍ଜୁନ ସାମନ୍ତରା ପ୍ରମୁଖ ବହୁ ସାହିତ୍ୟିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଶେଷରେ ଡ.ହେମନ୍ତ କୁମାର ଛୋଟରାୟ ଧନ୍ୟବାଦ ଅର୍ପଣ କରିଥିଲେ।

No Result
View All Result