ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ୧୫୬ ତମ ଓ ଭାରତର ଦ୍ୱିତୀୟ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ୧୨୧ ତମ ଜୟନ୍ତୀ ଉତ୍ସବ କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ମହା ସମାରୋହରେ ପାଳିତ ହୋଇଯାଇଅଛି। ଏହି ଅବସରରେ ସ୍ଥାନୀୟ ତହସିଲଦାର ଦୀପ୍ତି ପ୍ରକାଶ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗାନ୍ଧୀ ଛକ ଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଏବଂ ଶାସ୍ତ୍ରୀଙ୍କ ଫୋଟୋ ଚିତ୍ରରେ ଦୀପଧୂପ ପ୍ରଜ୍ଜଳନ ପୂର୍ବକ ପୁଷ୍ପମାଲ୍ୟାର୍ପଣ କରି ଗାନ୍ଧିଜୀ ଓ ଶାସ୍ତ୍ରିଜୀ ଙ୍କ ଜୀବନାଦର୍ଶରେ ଅନୁପ୍ରାଣିତ ହୋଇ ଆତ୍ମନିର୍ଭରଶୀଳତା ଓ ଅହିଂସା ଗାଥା ସମ୍ପର୍କରେ ମତ ରଖିଥିଲେ l















