ଗୋଡ଼ିପଡ (ଓଡ଼ିଶା ତାଜା ନ୍ୟୁଜ୍) ନି : ପ୍ର :- ରାଷ୍ଟ୍ରୀୟ ସେବା ଯୋଜନା (ଏନ୍ ଏସ୍ ଏସ୍ )ବିଭାଗଦ୍ଵାରା ସଂସ୍କୃତ ଦିବସ ମହୋତ୍ସବ ୨୦୨୫ ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ କାର୍ଯକ୍ରମରେ ମହା ବିଦ୍ୟାଳୟର ଅଧ୍ୟକ୍ଷା ଡ: ଉଷାରାଣୀ ପଟ୍ଟନାୟକ ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଜିଲ୍ଲା ସଂଘ ଚାଳକ ହରପ୍ରସାଦ ରଣସିଂହ ଯୋଗଦେଇ ସଂସ୍କୃତ ଭାଷା ଭାରତୀୟ ସଂସ୍ମୃତିର ପ୍ରାଣ ବୋଲି କହିଥିଲେ ।















