ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଗୁଜରାତର ସୁରତ ସହରରେ କାର୍ଯ୍ୟରତ ଶ୍ରମିକଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି l ତେବେ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ୧୨ ନମ୍ବର ୱାର୍ଡ ଅମଲାପଡ଼ାର ସୂର୍ଯ୍ୟକାନ୍ତ ସାମନ୍ତରାୟ କିଛି ବର୍ଷ ଧରି ସୁରତ ସହର ସ୍ଥିତ ଏକ କପଡ଼ା ମିଲ୍ରେ ଶ୍ରମିକ କାମ କରିଆସୁଥିଲେ l ଶନିବାର ରାତିରେ ଅନ୍ୟ ଜଣେ ସାଥୀଙ୍କ ସହିତ ବାଇକ୍ ରେ ଗଣେଶ ଭସାଣି ଉତ୍ସବ ଦେଖି ଘରକୁ ଫେରୁଥିବା ସମୟରେ ଅସାବଧାନତାବଶତଃ ବାଇକ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।















