କଟକ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଭାଗବତ ପୁନରୁଦ୍ଧାର ସମିତି ପଶ୍ଚିମ କଟକ ଆନୁକୁଲ୍ୟରେ ଭାଗଵତ ମେଲଣ ଉତ୍ସବ ଚାନ୍ଦିନୀଚୌକ ସ୍ଥିତ ମେଲଣ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଅଛି । ବାଲୁବଜାର ସ୍ଥିତ ଦୁର୍ଗାମଣ୍ଡପ ଠାରୁ ୩୦ ରୁ ଅଧିକ ସୁସଜ୍ଜିତ ଭାଗବତ ଗୋସେଇଁ ଏକ ଶୋଭାଯାତ୍ରାରେ ବାହାରି କାଳିଆବଜାର, ରୋଭରର୍ଷ୍ଟ୍ରିଟ, ଖଟବିନ ସାହି, ଶେଖବଜାର, ଚୈତନ୍ୟମଠ, ମହମ୍ମଦ ବଜାର ଦେଇ ଚାନ୍ଦିନୀଚୌକ ସ୍ଥିତ ମେଲଣ ପଡିଆରେ ପହଞ୍ଚି ଥିଲେ ।

ବାବାଜୀ ଅମୃତାନନ୍ଦ ଦାସ ମହାରାଜ ଭଗବତ ଗୋସେଇଁ ପୂଜା ଅର୍ଚ୍ଚନା କରିବା ପରେ ଭାଗବତ ମହିମା ଉପରେ ଗୁରୁତ୍ୱାରୋପ କରିଥିଲେ । କମିଟିର କାର୍ଯ୍ୟକାରୀ ସଭାପତି ଗୋପାଳ ଚନ୍ଦ୍ର ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ କମିଟିର ସଭାପତି ପ୍ରତାପ କିଶୋର ସିଂହ ସଂପାଦକ ନିହାର ରଞ୍ଜନ ସାମନ୍ତରାୟ, ରବିରଞ୍ଜନ ସାହୁ ସମେତ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା ଯୋଗ ଦେଇ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ବ୍ୟକ୍ତମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ଏଥିରେ ବନ୍ଦେ ଉତ୍କଳ ମହାସଂଘର ରାଜ୍ୟ କର୍ମକର୍ତ୍ତା ନିବାସ ଚନ୍ଦ୍ର ମିଶ୍ର, ଚନ୍ଦ୍ର ଶେଖର ସାମଲ, ବିବେକା ନନ୍ଦ ବେଉରା, ଅଜୟ ମୁଦୁଲି,ଜଗନ୍ନାଥ ସିଂ, ସୁବାସ ପରିଡା ସମେତ ବିରେନ୍ଦ୍ର କୁମାର ସାହୁ, କୈଳାଶ ଚନ୍ଦ୍ର ଜେନା, ରମେଶ ବେହେରା,ପୃଥିବୀ ରାଜ ସାହୁ, ଈଶ୍ୱର ଚନ୍ଦ୍ର ବେହେରା, ଡ଼କ୍ଟର ଦୀପକ ରାଜ, ଚୌଧୁରୀ କାଶୀନାଥ ମଲ୍ଲିକ, ଡ, ରବିରଞ୍ଜନ ସାହୁ, ଅସିତ୍ କୁମାର ବଳବନ୍ତରାୟ, ଶଶଧର ପଣ୍ଡା, ପ୍ରମୁଖ ସମେତ ବହୁ ବରିଷ୍ଠ କର୍ମକର୍ତ୍ତା ଯୋଗ ଦେଇ ସହଯୋଗ କରିଥିଲେ । ଯୁବ ସଙ୍ଗଠକ ସୋମନାଥ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲାବେଳେ କବି ରଞ୍ଜନ ମହାନ୍ତି ଧନ୍ୟବାଦ୍ ପ୍ରଦାନ ପ୍ରଦାନ କରିଥିଲେ l














