ଜଟଣୀ (ଓଡିଶା ତାଜାନ୍ୟୁଜ) ନି. ପ୍ର :- ଜଟଣୀ ଅଞ୍ଚଳର ବିଭିନ୍ନ ସ୍ଥାନରେ ମହାଆଡ଼ମ୍ବରରେ ବାହୁଡ଼ାଯାତ୍ରା ସମାପ୍ତ ହୋଇଛି । ଘଣ୍ଟ, ଘଣ୍ଟି, କାହାଳୀ, ମୃଦଙ୍ଗ, ହରିବୋଲ ଓ ହୁଳହୁଳି ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ସମଗ୍ର ଅଞ୍ଚଳ । ବିଭିନ୍ନ ମନ୍ଦିରରେ ଭକ୍ତମାନଙ୍କର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ଜଟଣୀ ଅନ୍ତର୍ଗତ ଜାମୁକୋଳି ପଞ୍ଚାୟତ ପାଞ୍ଚଗାଁ ଲବଣଗିରି ପାହାଡ଼ରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାସମାରୋହରେ ବାହୁଡ଼ାଯାତ୍ରା ଅନୁଷ୍ଠିତ ହୋଇଛି ।

ଆଜି ସକାଳେ ମହାପ୍ରଭୁଙ୍କ ରୀତିନୀତି ଅନୁଯାୟୀ ସକାଳ ଧୂପ, ସୂର୍ଯ୍ୟପୂଜା ଆଦି ସମାପନ କରାଯିବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ପହଣ୍ଡି ବିଜେ ଓ ଛେରା ପହଁରା କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଅପରାହ୍ନରେ ଚତୁର୍ଦ୍ଧାମୂର୍ତ୍ତି ତିନି ରଥରେ ବିରାଜମାନ ହୋଇ ପାଞ୍ଚଗାଁ ମଙ୍ଗଳା ମନ୍ଦିରରୁ ବାହାରି ପ୍ରଧାନ ସାହିରେ ରାତ୍ରି ରହଣି କରିଥିଲେ । ସେଠାରେ ରାତିରେ ପୂଜାର୍ଚ୍ଚନା ଓ ଭୋଗରାଗ ହେବା ପରେ ଆସନ୍ତାକାଲି ସକାଳୁ ପୋଡ଼ପିଠା ଭୋଗ ଲାଗି ହେବା ପରେ ମହାପ୍ରଭୁ ଲବଣଗିରି ପାହାଡ଼ ଉପରେ ଥିବା ମୂଳ ମନ୍ଦିରକୁ ବାହୁଡ଼ିବେ ।

ଓଡ଼ିଶାରେ ପାହାଡ଼ ଉପରକୁ ରଥ ଯାଉଥିବା ଏହା ପ୍ରଥମ ଦୃଶ୍ୟ ହୋଇଥିବାରୁ ଏଠାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସର ଏୟାରଫିଲ୍ଡ ଥାନା ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସେହିପରି ଜଟଣୀ ଅଞ୍ଚଳର ଖୁଦୁପୁର, ବାଛରାପାଟଣା, କୁଦିଆରୀ ଓ କୁସୁମାଟି ଆଦି ସ୍ଥାନରେ ମଧ୍ୟ ଶାନ୍ତି ଶୃଙ୍ଖଳାର ସହ ବାହୁଡ଼ାଯାତ୍ରା ସମାପ୍ତ ହୋଇଛି । ଏଥିପାଇଁ ଜଟଣୀ ପୋଲିସ ପକ୍ଷରୁ ମଧ୍ୟ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା ।