ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବନ୍ଦେ ଉତ୍କଳ ଲୋକକଳା ଓ ଲୋକ ସଂସ୍କୃତି ମହାସଂଘ ପକ୍ଷରୁ ଦୁଇଦିନ ବ୍ୟାପୀ ପୁରୀ ସରଧାବାଲି ନିକସ୍ଥ ରାଧାବଲ୍ଲଭ ମଠ ପରିସରରେ ସନ୍ଥ ସମ୍ମିଳନୀ, ପାଲା ମହୋତ୍ସବ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସମ୍ବର୍ଦ୍ଧନା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସନ୍ଥ ତତ୍ୟୋଦର୍ଶୀ ଶ୍ରୀ ଅରବିନ୍ଦ ଗୁରୁଜୀ ଦିବ୍ୟ କଥାମୃତ ପ୍ରଦାନ କରିଥିଲେ । ଶିକ୍ଷାବିତ୍ ଅଶୋକ କୁମାର ରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଉଦ୍ଘାଟକ ଭାବେ ପ୍ରାଚୀ ଗବେଶକ ହଂସ ନାଥ ସାହୁ,

ମୁଖ୍ୟ ଅତିଥିଭାବେ ପ୍ରାକ୍ତନ ଅତିରିକ୍ତ ଶାସନ ସଚିବ ବିନୋଦ କୁମାର ପଣ୍ଡା , ଏବଂ ସମ୍ମାନୀତ ଅତିଥିଭାବେ ଉତ୍ସବ କମିଟିର ଅଧ୍ୟକ୍ଷ ହରପ୍ରସାଦ ଜେନା, ଡାକ୍ତର ଦୀପକ ରାଜ, ଆଡଭୋକଟେ ପ୍ରଭାକର ସାବତ, ଉପଦେଷ୍ଟା ଦେବଦତ୍ତ ବେଉରା, ଅନୁଷ୍ଠାନର ସଭାପତି ବିଜୟ କୁମାର ମିଶ୍ର, ଓରିଏଣ୍ଟାଲ insurance ର ମୁଖ୍ୟ ମାନସ ମହାପାତ୍ର, ପ୍ରମୁଖ ଯୋଗ ଦେଇ କଳାକାରମାନଙ୍କ ଦ୍ବାରା ଅନୁଷ୍ଠିତ କଳା ପରିବେଷଣକୁ ଭୂୟସୀ ପ୍ରଶଂସା କରିବା ସହ କଳାକାରମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ କଳାକାରମାନଙ୍କର ବିଭିନ୍ନ ଅଭାବ ଅସୁବିଧା ସମ୍ପର୍କରେ ବୈଠକରେ ସରକାରଙ୍କୁ ନିବେଦନ କରାଯାଇଛି ।

ଆଲୋଚନା ଏଥିରେ ଅନୁଷ୍ଠାନର ସଂପାଦକ ବିନୋଦ କୁମାର ଭୋଇ ବିବରଣୀ ପାଠ କରିଥିଲାବେଳେ ମଞ୍ଚ ପରିଚାଳନରେ କ୍ଷଣ ପ୍ରଭା ମହାନ୍ତି ଏଵଂ ଦେବେନ୍ଦ୍ର ନାଥ ସେନାପତି ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନବରଙ୍ଗପୁର ଜିଲ୍ଲା ସଭାପତି ଶିବଶଙ୍କର ତ୍ରିପାଠୀ, ଢେଙ୍କାନାର ସଭାପତି ସୁଧାକର ଭୋଇ,ପୁରୀ ଜିଲ୍ଲା ସଭାପତି ବାଉରୀବନ୍ଧୁ ସାହୁ, ସଂପାଦକ ଅଶୋକ କୁମାର ଦଳେଇ, କେନ୍ଦ୍ରାପଡ଼ାର ଯୁଧିଷ୍ଠିର ଦାଶ,କେନ୍ଦୁଝର ଜିଲ୍ଲା ସଭାପତି ପୁଷ୍ପା ପାତ୍ର, କାର୍ଯ୍ୟକାରୀ ସଭାପତି ବିଧୂଭୂଷଣ ନାୟକ, ରାଜ୍ୟ ସଂଯୋଜକ ଚନ୍ଦ୍ରଶେଖର ସାମଲ,ଯାଜପୁର ସଭାପତି ମିତାଞ୍ଜଳି ବେହୁରା, ଉପସଭାପତି ବିବେକାନନ୍ଦ ବେଉରା,

ପ୍ରସନ୍ନ ପାତ୍ର,ପାଲା ପରିଚାଳକ ତଥା ପୂର୍ବାଞ୍ଚଳର ମୁଖ୍ୟ ଅଭିମନ୍ୟୁ ବେହେରା, ଉତ୍ତରାଞ୍ଚଳର ମୁଖ୍ୟ ମନୋରଂଜନ ପାତ୍ର,ପଶ୍ଚିମାଞ୍ଚଳର ମୁଖ୍ୟ ମିନକେତନ ପ୍ରଧାନ, ଅମିଲ ପୁଟେଲ, ଗୋଲାପ ଜେନା, ରଶ୍ମୀ ସାମଲ, ମଧୁସ୍ମିତା ସା , ପୁରୀର ମୀରା ମହାନ୍ତି କଟକର ରାଜ୍ୟ ନିର୍ଦ୍ଦେଶକ ନିବାସ ଚନ୍ଦ୍ର ମିଶ୍ର, କଟକ ମହାନଗର ସଭାପତି ପ୍ରତାପ କିଶୋର ସିଂହ, ସଙ୍ଗଠନ ସଂପାଦକ ସୋମନାଥ ଦାସ , କବି ଘାସିରାମ ଛୁରା, ପାଲା ଗାୟିକା ବୀଣାପାଣି ବାରିକ୍, ପାଲା ଗାୟକ ବେଣୁଧର ସାହୁ, ସୁକାନ୍ତ କୁମାର ପରିଡା, ବସନ୍ତ କୁମାର ପୂଜାରୀ, ଜମ୍ବେଶ୍ଵର ଓଝା, ଲୋକ ଶିକ୍ଷକ ଡ଼କ୍ଟର ଲକ୍ଷ୍ମୀ ପ୍ରସାଦ ଆଚାର୍ଯ୍ୟ , ସହ ସହ କଳାକାରମାନେ ଯୋଗ ଦେଇଥିଲାବେଳେ ବିଭିନ୍ନ ଜିଲାରୁ ଆସିଥିବା କଳାକାରଙ୍କ ଦ୍ଵାରା ପାଲା, ଓଡେଶି, ସଂକ୍ରିତନ, ଝୁମୁର, ସମ୍ବଲପୁରୀ, ଢେଙ୍କାନାଳର ପ୍ରସିଦ୍ଧ ପତ୍ର ସୌରୀ , ବିଶିଷ୍ଟ ଯାଦୁକର ବିଧୁଭୁଷଣ ନାୟକ ଯାଦୁ ପ୍ରଦର୍ଶନ, ଦଣ୍ଡ ନାଚ, ଛଉ ନୃତ୍ୟ, ଆଦି ପରିବେଷଣ କରାଯାଇଥିଲା














