No Result
View All Result
ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) ନି:ପ୍ର :- ନୟାଗଡ଼ ବ୍ଲକ ଆନ୍ତର୍ଗତ କେ. ଏନ୍. ଜନତା ଉଚ୍ଚ ବିଦ୍ୟାଳୟ, ସଜନାପଡ଼ା ଠାରେ ଅଖିଳଭାରତ ଅମୃତବାଣୀ ସେବାପ୍ରତିଷ୍ଠାନ, ବାଲେଶ୍ଵର ପକ୍ଷରୁ ଦଶଦିନଧରି ଚାଲିଥିବା ସରଳସଂସ୍କୃତ ଅଭ୍ୟାସଶିବିର ଉଦଯାପିତ ହୋଇଯାଇଛି । ଉଦଯାପନ ସଭାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୋପବନ୍ଧୁ ଦାସ ସଭାପତିତ୍ବ କରିଥିଲାବେଳେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ମୁଖ୍ୟଅତିଥି, ସମାଜସେବୀ ତଥା ରୋଟାରିଆନ ପୂର୍ଣ୍ଣଚନ୍ଦ୍ର ସାହୁ ମୁଖ୍ୟବକ୍ତା, ଗୋଡ଼ିପଡ଼ା କଲେଜର ସଂସ୍କୃତ ଅଧ୍ୟାପକ ଡଃ ସନ୍ତୋଷ କୁମାର ସାହୁ ସମ୍ମାନିତଅତିଥିଭାବେ ଯୋଗଦେଇଥିଲେ ।
ସଭାରେ ଖଳିସାହି ଉଚ୍ଚବିଦ୍ୟାଳୟର ଶିକ୍ଷକ ଗୋସ୍ୱାମୀ ଦାସ ସଂଯୋଜନା କରିଥିବା ବେଳେ ସଂସ୍କୃତଶିକ୍ଷୟିତ୍ରୀ ବୀଣାପାଣି ସାହୁ ସ୍ବାଗତ ଭାଷଣ ଓ ଶିକ୍ଷୟିତ୍ରୀ ଇପ୍ସିତା ମିଶ୍ର ଅତିଥି ପରିଚୟ ଦେଇଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ଅମୃତବାଣୀ ଅନୁଷ୍ଠାନର ରାଷ୍ଟ୍ରୀୟ ମହାସଚିବ ଜୟପ୍ରକାଶ ଶାସ୍ତ୍ରୀ ଏହି ଶିବିର ପରିଚାଳନା କରୁଥିଲେ । ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତାରେ ସନ୍ଦୀପ ରାଉତ, ସଂସ୍କୃତ ଗୀତଗାନରେ ତୁଳସୀ ନାୟକ ଓ ଭାଷଣରେ ଅନିମେଶ ରାଉତରା ପ୍ରଥମ ସ୍ଥାନ ହାସଲ କରିଥିଲେ । ଶିକ୍ଷକ ସୁବ୍ରତ ପଢ଼ିଆରୀ ଧନ୍ୟବାଦ ଅର୍ପଣ କରିଥିଲେ । ସଂସ୍କୃତ ଭାଷାରେ ନାଟକ ଓ ଲୋକନୃତ୍ୟ ପରିବେଷିତ ହୋଇଥିଲା ।

No Result
View All Result