No Result
View All Result
ନୂଆଗାଁ (ଓଡ଼ିଶା ତାଜା ନ୍ୟୁଜ୍) (ନି:ପ୍ର ) :- ଓଁ ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟକୋଟି ସମପ୍ରଭଃ,ନିର୍ଭିଘ୍ନ କୁରୁମେ ଦେବ ସର୍ବ କାର୍ଯ୍ୟୋଷୁ ସର୍ବଦା । ଚଳିତ ଭାଦ୍ରବ ମାସ ଶୁକ୍ଲପକ୍ଷ ଚତୁର୍ଥୀ,ଇଂରାଜୀ ତା ୨୭.୦୮.୨୦୨୫ ରିଖ ବୁଧବାର ଦିନ ରାଜ୍ୟର ସମଗ୍ର ପ୍ରାଥମିକ ବିଦ୍ୟାଳୟ,ଉଚ୍ଚ ବିଦ୍ୟାଳୟ,
ମହାବିଦ୍ୟାୟ ଓ ସରକାରୀ କାର୍ଯ୍ୟାଳୟ ଏବଂ ବେସରକାରୀ ଅନୁଷ୍ଠାନ ମାନଙ୍କରେ ଓଁ ଶ୍ରୀ ଅଗ୍ରପୂଜ୍ୟ ଙ୍କ ପୂଜା ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ନୂଆଗାଁ ବ୍ଲକରେ ଥିବା ବିଭିନ୍ନ ସ୍ଥାନରେ ଗଣେଶ ଙ୍କ ପୂଜା ମଣ୍ଡପରେ ସୁସଜ୍ଜିତ ତୋରଣ ସାଙ୍ଗକୁ ରଙ୍ଗବେରଙ୍ଗ ଆଲୋକ ମାଳାରେ ଝଲସୁଥିବା ମେଢ଼ ଦେଖିବାକୁ ମିଳିଥିଲା ।
ଜାକେଡ଼ା ଗ୍ରାମ ପଞ୍ଚାୟତ ଛଣବଣିଆ ଗ୍ରାମରେ ଶ୍ରୀ ଚୈତନ୍ୟ ଯୁବକ ସଂଘ ଦ୍ୱାରା ଗଣେଶ ପୂଜା ଉପଲକ୍ଷେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଅଗ୍ରପୂଜ୍ୟଙ୍କୁ ଭକ୍ତିପୂତ ପ୍ରଣାମ ଜଣାଇ ଅଞ୍ଚଳ ବାସୀଙ୍କ ସୁଖ ସମୃଦ୍ଧି କାମନା କରିଥିଲେ।
ସେହିପରି ନୂଆଗାଁ ଗ୍ରାମ ପଞ୍ଚାୟତ ସଦର ମହକୁମାରେ ଥିବା ଗଜାନନ ଯୁବକ ସଂଘ, ଖାଲମଡା ଉପର ସାହି ଗଜାନନ ଯୁବକ ସଂଘ, ଖାଲମଡା ଛକ , ମାଝିସାହି ,ସତ୍ୟନାରାୟଣ ଯୁବକ ସଂଘ , କୋରଡ଼ା ପଞ୍ଚାୟତ ଓମ୍ ସାଇ ଯୁବକ ସଂଘ , ମୀନା ଗାଡିଆ ନେତାଜୀ ଯୁବକ ସଂଘ,
ସୋରଡ଼ା ପଞ୍ଚାୟତ କନ୍ଦଳବ ଗଣେଶ ଯୁବକ ସଂଘ , ଉଦୟପୁର ପଞ୍ଚାୟତ ନଇତଇଲା ,ସିକର ଗୋଛା ରାଧାକୃଷ୍ଣ ଯୁବକ ସଂଘ , ପାରାଢ଼ିପି , ବାହାଡ଼ ଝୋଲା, ବେରୁଆଁ ବାରି, ଢେଙ୍କେଣା, ବାହାଡ଼ ଝୋଲା, ମହିପୁର,ମାଇଛେଳି ଆଦି ପଞ୍ଚାୟତ ରେ ଅନୁଷ୍ଠିତ ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା ମଣ୍ଡପ
ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ବୁଲି ଅଗ୍ରପୂଜ୍ୟ ଙ୍କୁ ଦର୍ଶନ କରି ଜନ ସାଧାରଣଙ୍କ ସୁଖ ସମୃଦ୍ଧି କାମନା କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ଙ୍କ ପ୍ରତିନିଧି ତଥା ସମାଜସେବୀ ଶଙ୍କର୍ଷଣ ବେହେରା, ସ୍ଥାନୀୟ ସରପଞ୍ଚ,ସମିତି ସଭ୍ୟ, ସଭ୍ୟା,
୧୭ ନଂ ଜୋନ ଜିଲ୍ଲାପରିଷଦ ସଭ୍ୟା ଙ୍କ ପ୍ରତିନିଧି ତଥା ଜିଲ୍ଲା ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର ଦଳବେହେରା,ଢେଙ୍କେଣା ସରପଞ୍ଚ ତଥା ବ୍ଲକ ବିଜେଡ଼ି ସଭାପତି ଯୁଗଳ କିଶୋର ସାହୁ, କୋରଡ଼ା ପୂର୍ବତନ ସରପଞ୍ଚ ଗୋଲଖ ବିହାରୀ ଗୋଛାୟତ,ଛାତ୍ର ବିଜେଡ଼ି ସଭାପତି ସୁବ୍ରତ ପରିଡ଼ା, ପାରାଢ଼ିପି ସରପଞ୍ଚ ବିଭୂତି ଭୂଷଣ ପ୍ରଧାନ, ଗଜେନ୍ଦ୍ର ପ୍ରଧାନ,
ଦାଶରଥି ପ୍ରଧାନ,ପ୍ରକାଶ କୁମାର ନାୟକ, ଧ୍ରୁବ ଚରଣ ମଳିକ, ସ୍ଥାନୀୟ ଯୁବକ ସମାଜସେବୀ ତଥା ସାମ୍ବାଦିକ ଦିଲ୍ଲୀପ କୁମାର ଜାନି, ପ୍ରମୁଖ ଯୋଗ ଦେଇଥିଲେ । ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ପ୍ରତି ଯୁବକ ,ଗ୍ରାମବାସୀ ଙ୍କ ସ୍ନେହ, ଶ୍ରଦ୍ଧା ପ୍ରମାଣିତ କରୁଛି ଦଶପଲ୍ଲା ବିଧାୟକ ଙ୍କ ଲୋକ ପ୍ରୀୟତା ବଢ଼ିବାରେ ଲାଗିଛି ।

No Result
View All Result