No Result
View All Result
ନୂଆଗାଁ (ଓଡ଼ିଶା ତାଜା ନ୍ୟୁଜ୍) :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମହିପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଜି ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ବିସ୍ତୃତ୍ୱ ଭାବେ ଆଲୋଚନା କରିବା ସହ ପଚାରି ବୁଝିଥିଲେ । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକତା ଠାରୁ କମ ସଂଖ୍ୟକ ଡ଼ାକ୍ତର ଥିବା ଯୋଗୁଁ ନୂତନ ଡାକ୍ତରଙ୍କ ଆବଶ୍ୟକତା ଜଣାଇଥିଲେ। କିଭଳି ଭାବରେ ଜଣେ ରୋଗୀ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇବ ସେଥିପ୍ରତି ଗୁରୁତ୍ୱାରୋପ କରାଯାଇଥିଲା ।
ବର୍ତମାନ ୪୮ ଜଣ ଟିବି ରୋଗୀ ଚିକିତ୍ସିତ ହେଉଛନ୍ତି ସେମାନଙ୍କୁ କିପରି ଭାବରେ ଉତ୍ତମ ସ୍ବାସ୍ଥ୍ୟ ସେବା ଦ୍ଵାରା ଆରୋଗ୍ୟ ଲାଭ କରିବେ ସେଥିପ୍ରତି ଧ୍ୟାନ ଦିଆଯାଇଥିଲା । ବିଧାୟକ କହିଛନ୍ତି ମେଡିକାଲ ର ଯାହାବି ଅସୁବିଧା ଅଛି ମୋତେ ଜଣାନ୍ତୁ ଯଥା ସମ୍ଭବ ମୁଁ ସମାଧାନ କରିବି । ଏହିସଭାରେ ମେଡ଼ିକାଲ ଷ୍ଟାଫ, କଲ୍ୟାଣ ସମିତି ମେମ୍ବରଙ୍କ ସମେତ ନୂଆଗାଁ ବିଡ଼ିଓ ଡ଼.ଅମୃତ କୁମାର ରାଉଳ,ମେଡିକାଲ୍ ସୁପରିଟେଣ୍ଡଣ୍ଟ ଡ.ବନମାଳୀ ପ୍ରଧାନ, ମେଡିକାଲ ଇନଚାର୍ଜ ଡ଼.ଦେଵୀ ପ୍ରସାଦ ପ୍ରଧାନ, ବି ଇ ଓ କାର୍ଯ୍ୟାଳୟ ଆକାଉଣ୍ଟା୍ଟ ସନ୍ଦୀପ ମହାରଣା, ବିପିଏମ ଡାଇନା ଦାସ ପ୍ରମୁଖ ଉପସ୍ଥିତଥିଲେ ।

No Result
View All Result