No Result
View All Result
ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) :- ନୟାଗଡ଼ ସ୍ଥିତ ଅତିଥି ଭବନ ଠାରେ ପୂର୍ବତନ ବ୍ଲକ କଂଗ୍ରେସ୍ ସଭାପତି ଫକୀର ଚରଣ ମଲ୍ଲ ଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଯାଇଅଛି । ଓଡିଶା ପ୍ରଦେଶ କଂଗ୍ରେସ ପର୍ଯ୍ୟବେକ୍ଷକ ଅଖିଳ ଭାରତ କଂଗ୍ରେସ କମିଟି କିସାନ୍ କଂଗ୍ରେସ୍ ଜାତୀୟ ସଂଯୋଜକ ଅମିୟପଟନାୟକ ଯୋଗଦେଇ ନୟାଗଡ ବ୍ଲକ ବ୍ଲକ କଂଗ୍ରେସ ସଂଗଠନକୁ କ୍ରିୟାସିଳ କରିବା ପାଇଁ ଉପସ୍ଥିତ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ।ଆଗାମୀଦିନରେ ଜିଲ୍ଲା ର ବରିଷ୍ଠ ନେତୃମଣ୍ଡଳୀ ଗ୍ରାମପଂଚାୟତ କୁ ଯାଇ ସଂଗଠନକୁ କ୍ରିୟାଶୀଳ କରିବାପାଇଁ ଉପସ୍ଥିତ କାର୍ଯ୍ୟ କାର୍ଯ୍ୟକର୍ତା ଙ୍କୁ ଆହ୍ୱାନ କରିଥିଲେ l

ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ସଭାପତି ସତ୍ୟବ୍ରତ ନାୟକ ଯୋଗଦେଇ ଆଗାମୀ ଦିନରେ ନୟାଗଡ ବ୍ଲକ କଂଗ୍ରେସର କର୍ମକର୍ତ୍ତା ଏକତ୍ରିତ ହୋଇ କେନ୍ଦ୍ରର ବିଜେପି ସରକାର ଓ ଓଡ଼ିଶାର ମୋହନ ସରକାର ୧୧ ମାସ ଶାସରେ କେବଳ ପ୍ରତାରଣା, ବର୍ତମାନ ଚାଷକାର୍ଯ୍ୟ ପାଈଁ ସାରର ଆବଶ୍ୟକତା ଥିଲାବେଳେ ଚାଷୀକୁ ସରକାର ଙ୍କ ଦ୍ଵାରା ସମବାୟ ସଂସ୍ଥା ମାନଙ୍କରେ ଆବଶ୍ୟକ ସାର ରିହାତି ଦରରେ ଉପଲବ୍ଧ ନହେବା ଫଳରେ ଚାଷୀ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ସେମାନେ ଚଢ଼ାଦରରେ କଳାବଜାରୀ ଙ୍କ ଠାରୁ କିଣୁଛନ୍ତି l
ତୁରନ୍ତ ସରକାର ରିହାତି ଦରରେ ଚାଷୀ ଙ୍କୁ ସାର ଯୋଗେଇଦିଅନ୍ତୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ନିର୍ମାଣ ଶ୍ରମିକ ଙ୍କ ବର୍ଷ ବର୍ଷ ଧରି ମୃତୁ କାଳୀନ ସହାୟତା, ବିଭାହ ସହାୟତା,ପିଲାମାନଙ୍କ ଶିକ୍ଷା ସହାୟତା ପଡ଼ିରହିଛି, ତୁରନ୍ତ ସେମାନଙ୍କ ସହାୟତ ପ୍ରଦାନପାଇଁ ଶ୍ରମ ଅଧିକାରୀ କାର୍ଯ୍ୟ କରନ୍ତୁ ଓ ଗ୍ରାମ୍ୟ ଉନ୍ନୟନ ବିଭାଗରେ ହଉଥିବା ଦୁର୍ନୀତି ବିରୋଧରେ ଓ l ପ୍ରଶାସନ ସ୍ଥାଣୁତା ବିରୋଧରେ ନୟାଗଡ ଜିଲ୍ଲା କଂଗ୍ରେସ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ। ଆଜି ଏହି ସାଙ୍ଗଠନିକ ବୈଠକରେ ସଂଗଠନକୁ କ୍ରିୟା ଶୀଳ ଓ ସୁସଂଗଠିତ କରିବାପାଇଁ ଉପସ୍ଥିତ ନେତୃମଣ୍ଡଳୀ ମତାମତ ପ୍ରଦାନ କରିଥିଲେ l
ଖୁବ ଶୀଘ୍ର ବ୍ଲକ କଂଗ୍ରେସ କମିଟି ସଭାପତି ଚୟନ ପାଇଁ ଦୀନଧାର୍ଯ୍ୟ କରାଯିବ ଓ ବିଭିନ୍ନ ବର୍ଗର କାର୍ଯ୍ୟକର୍ତ୍ତାଙ୍କ ଠାରୁ ମତାମତ ଗ୍ରହଣ କରାଯିବାପାଇଁ ଏହି ବୈଠକ ରେ ସ୍ଥିର କରାଗଲା।ଏହି ବୈଠକ ରେ ପୂର୍ବତନ ସଭାପତି ରଣଜିତ ଦାଶ, ବରିଷ୍ଟ ନେତା ହୁସେନ ଖାନ, ମନୋଜ ସାହୁ, ଲଷ୍ମୀଧର ତ୍ରିପାଠୀ, ନାଥ ବରlଡ଼ା,ପୀତବାଶ ଖୁଣ୍ଟିଆ, ଶିବରଞ୍ଜନ ସାହୁ କୁଲେଶ ମହାନ୍ତି, ପୂର୍ଣଚନ୍ଦ୍ର ସlନ୍ତା,ଦିଗାମ୍ବର ବେହେରା, ପ୍ରଦୁମ୍ନ ସାହୁ, ନବ କିଶୋରେ ସାଠୁଆ, ଅମ୍ଲାନ ଅଂଶୁମାନ ସାହୁ ପ୍ରମୁଖ ବହୁ କଂଗ୍ରେସ୍ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ। ବରିଷ୍ଠ ସେବାଦଲ କାର୍ଯ୍ୟକର୍ତା ବିଜୟ ଓଝା ଧନ୍ୟବାଦ ଅର୍ପଣ କରିଥିଲେ l

No Result
View All Result