ଦଶପଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) :- ଗତ କିଛିଦିନ ତଳେ ଦଶପଲ୍ଲା ବ୍ଲକ କୁଲୁରୁକୁମ୍ପା ଗ୍ରାମ ପଞ୍ଚାୟତର ବିଡ଼ାପାଜୁ ଗ୍ରାମର ପ୍ରହଲ୍ଲାଦ ନାଏକଙ୍କ ସ୍ତ୍ରୀ ସବିତା ନାଏକ ଦୀର୍ଘଦିନ ଧରି କୀଡୀନି ରୋଗରେ ଆକ୍ରାନ୍ତ ଥିବା ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଗଣମାଧ୍ୟମରେ ଖବର ପ୍ରକାଶିତ ପରେ ଦଶପଲ୍ଲା ବ୍ଲକ ଟାକରା ଅଂଚଳରେ ଥିବା ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷ ପ୍ରିୟବ୍ରତ ଆଚାର୍ଯ୍ୟଙ୍କ ତତ୍ୱାବଧାନରେ ସମ୍ପାଦକ ନିହାର ରଞ୍ଜନ ମହାନ୍ତି,ସଭ୍ୟ ଚନ୍ଦନେଶ୍ୱର ଦାସ, ଚନ୍ଦ୍ର ଶେଖର ନାଏକ, ନାରାୟଣ ସାହୁ, ବିଦ୍ୟାଧର ମୁଦୁଲି ସବିତାଙ୍କ ଘରେ ପହଞ୍ଚିଥିଲେ ।















