ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ବିଶ୍ବହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ ଉତ୍ସବ କାର୍ଯ୍ୟକ୍ରମ ଜିଲ୍ଲା ବିଶ୍ବହିନ୍ଦୁ ପରିଷଦର ସଭାପତି ରାଜେନ୍ଦ୍ର ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ପୁରୀ ମର୍ଚିକୋଟ ଗଳି ସ୍ଥିତ ସୁନ୍ଦରଦାସ ମଠ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମଠାଧୀଶ ଡ’ ପର୍ଶୁରାମ ଦାସ ଓ ନିଗମାନନ୍ଦ ସରସ୍ଵତୀ ଆଶ୍ରମର ସନ୍ଥ ଶ୍ରୀ ଶଙ୍କରାନନ୍ଦ ସରସ୍ଵତୀଙ୍କ ଦ୍ବାରା ପ୍ରଦୀପ ପ୍ରଯୋଳନ ସହିତ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା ।















