ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) :- ବାଙ୍କୀ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଆନୁକୁଲ୍ୟରେ ସମାଜବାଦୀ ଆନ୍ଦୋଳନର ପ୍ରବକ୍ତା ଶାଶ୍ୱତ କବି ସ୍ୱର୍ଗତ ଗୋକୁଳାନନ୍ଦ ପ୍ରହରାଜଙ୍କ ୨୦ତମ ପୂଣ୍ୟ ଶ୍ରାଦ୍ଧ ଦିବସ ତାଙ୍କ ଜନ୍ମମାଟି ଗୋଳାଗଣ୍ଡ ଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ନିଜ ଗ୍ରାମରେ ଥିବା ସ୍ୱର୍ଗତ ପ୍ରହରାଜଙ୍କ ପ୍ରତିମୂର୍ତ୍ତିରେ ଅନୁଷ୍ଠାନର ସଭାପତି ସୁନୀଲ୍ କୁମାର ମିଶ୍ର ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୁରେଶ୍ୱର ବେହେରା, ଧନେଶ୍ୱର ବଳିୟାର ସିଂହ, ହୃଦାନନ୍ଦ ପ୍ରହରାଜ,

ସୁଶାନ୍ତ କୁମାର ଦଳେଇ, ସିଦ୍ଧେଶ୍ୱର ପାଇକରାୟ, ନାରାୟଣ ପ୍ରଧାନ, ଟଙ୍କଧର କର, କବି ପରିଡା, ପ୍ରଫୁଲ୍ଲ ପ୍ରଧାନ, ଭାଗବତ ପଣ୍ଡା ପ୍ରମୁଖ ଯୋଗଦାନ କରି ସ୍ୱର୍ଗତ ପ୍ରହରାଜଙ୍କ ସଂଗ୍ରାମୀ ଜୀବନୀ ଉପରେ ଆଲୋକପାତ କରିଥିଲେ । ସ୍ୱର୍ଗତ ପ୍ରହରାଜ ବାଙ୍କୀ ନିର୍ବାଚନ ମଣ୍ଡଳୀରେ ୧୯୫୨, ୧୯୬୧ ଓ ୧୯୭୧ ରେ ୩ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ପରିଣତ ବୟସରେ ସେ ବାଙ୍କୀ ସାଂସ୍କୃତିକ ସମାଜ ଓ ଚିନ୍ତା ଚେତନା ସାହିତ୍ୟ ଅନୁଷ୍ଠାନ ପ୍ରତିଷ୍ଠା କରି ପୂଜ୍ୟପୂଜାରେ ନିଜକୁ ସାମିଲ୍ କରିଥିଲେ ।














