ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) :- ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍କ ଶିକ୍ଷାକେନ୍ଦ୍ର ବାଙ୍କୀର ୩୭ତମ ପ୍ରତିଷ୍ଠା ଦିବସ ଆଜି ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଂପାଦକ ଅଖିଳଚନ୍ଦ୍ର ବୀରବର ହରିଚନ୍ଦନ ସଭାପତିତ୍ୱ କରିଥିବା ବେଳେ ଅନୁଷ୍ଠାନର ସହସଂପାଦକ କୌଶିକ ନାୟକ, ସଭାପତି ଦାମୋଦର ରାଜ ଓ ପରଚାଳନା କମିଟିର ସମସ୍ତ ସଦସ୍ୟ ଯୋଗଦେଇ
ଶ୍ରୀଅରବିନ୍ଦ ଓ ଶ୍ରୀମା’ଙ୍କର ଆଶୀର୍ବାଦରେ ଏହି ସ୍କୁଲ ପ୍ରତିଷ୍ଠା ହୋଇ ଆଜି ଏକ ମହାଦ୍ରୁମରେ ପରିଣତ ହୋଇଛି । ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଚନ୍ଦନ ସୁବୁଦ୍ଧି ପରିଚାଳନା କରିଥିବା ବେଳେ ଅଧ୍ୟକ୍ଷ ସତ୍ୟନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା ।














