ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଖଣ୍ଡ କ୍ରୀଡା ସଂସଦ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସର ମଧ୍ୟରେ ୭୯ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଏକ ଫୁଟବଲ ଚମ୍ପିୟାନସିପ ଅନୁଷ୍ଠିତ ହେଉଥିଲା l ଦଶମ ଦିନ ତଥା ଦ୍ୱିତୀୟ ସେମି ଫାଇନାଲ ର ଉତ୍ସବରେ ସ୍ଥାନୀୟ ଅଞ୍ଚଳ ର ବରିଷ୍ଠ କ୍ରୀଡ଼ାବିତ ସନ୍ତୋଷ କୁମାର ଦାସ ଓ ରାଜକିଶୋର ଦାସ ଅତିଥି ଭାବେ ଯୋଗ ଦେଇ ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଦୁଇ ଦଳର ଖେଳାଳି ମାନଙ୍କ ସହ ପରିଚିତ ହୋଇଥିଲେ l

ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସଂସଦର ସମ୍ପାଦକ ଡ଼. ସୁଶାନ୍ତ କୁମାର ଦାସ, ଦେବବ୍ରତ ସିଂ ଦେଓ, ଏଲିଆସ ଦିଗାଳ ପ୍ରମୁଖ ଉପସ୍ଥିତ ଥିଲେ l ଦଶମ ଦିନ ତଥା ଦ୍ୱିତୀୟ ସେମି ଫାଇନାଲ ଖେଳରେ ସିର୍ତ୍ତିଗୁଡା ଏଫସି ଦଳ ସହ ସିଏସ କ୍ଲବ କ.ନୂଆଗାଁ ଦଳ ର ବହୁ ସଙ୍ଘର୍ଷ ମୟ ଖେଳରେ ୪-୦ ଗୋଲରେ ସିର୍ତ୍ତିଗୁଡା ଦଳ ଦିଜୟୀ ହୋଇ ଫାଇନାଲ କୁ ଉନ୍ନୀତ ହୋଇଥିଲେ l ଏହି ଖେଳରେ ବାବୁ ଭାଇ, ତ୍ରିନାଥ ମଳିକ,

ଦେବୀ ରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ l ବର୍ତ୍ତମାନ ତିନି ଦିନ ପାଇଁ ମିନି ଷ୍ଟାଡିଅମ ପରିସରରେ ପ୍ୟାରେଡ ର ପୂର୍ବାଭ୍ୟାସ ହେଉଥିବା ଯୋଗୁଁ ଫାଇନାଲ ଖେଳ ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଦିନ ଆୟୋଜିତ ହେବ l ଏଥିରେ ଢୁପା ଏଫସି ଦଳ ସହ ସିର୍ତ୍ତିଗୁଡା ଦଳ ମଧ୍ୟରେ କଡା ଟକ୍କର ହେବ, ଫାଇନାଲ ଖେଳ ର ବିଜେତା ଙ୍କୁ ପ୍ୟାରେଡ ଉତ୍ସବ ରେ ମୁଖ୍ୟ ଅତିଥି ଙ୍କ ଦ୍ୱାରା ପୁରସ୍କୃତ କରାଯିବ ବୋଲି ସଂସଦ ପକ୍ଷରୁ କୁହାଯାଇଛି l