ଫୁଲବାଣୀ (ଓଡ଼ିଶା ତାଜା ନ୍ୟୁଜ୍) :- ଜନସାଧାରଣ କିପରି ନିର୍ଭୟ ଓ ସୁରକ୍ଷିତ ରହିବା ପାଇଁ କନ୍ଧମାଳ ପୋଲିସ ସଦାସର୍ବଦା ନିଜର କର୍ତ୍ତବ୍ୟକୁ ସୁଚାରୁରୂପେ ତୁଲେଇ ଆସୁଥିବା ବେଳେ ଅପରାଧିକୁ ଶୀଘ୍ର ଧରିବା, ଜନସାଧାରଣଙ୍କ ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ସମ୍ପ୍ରଦାୟିକ ସମ୍ପର୍କ ବୃଦ୍ଧି କରିବା ପାଇଁ ପଦକ୍ଷେପ ସ୍ବରୂପ କନ୍ଧମାଳ ପୁଲିସ ପକ୍ଷରୁ ପାଇଲଟ୍ ଆଧାରିତ ପଦ୍ଧତି ରେ ଏକ ବାଇକ୍ ପାଟ୍ରୋଲିଂ ୟୁନିଟ୍ ଆରମ୍ଭ କରାଯାଇଛି । ଫୁଲବାଣୀ ଟାଉନ୍ ଥାନା ଅଞ୍ଚଳ ଏବଂ ଏହାର ପରିସର ରେ ଏହି ୟୁନିଟ କାର୍ଯ୍ୟକାରୀ ହେବ l

ପ୍ରାଥମିକ ଭାବେ ୩ ବାଇକ୍ ପାଟ୍ରେଲିଂ ବାହିନୀର ଶୁଭାରମ୍ଭ କରାଯାଇଛି । ଏହି ଦୟିତ୍ଵରେ ଥିବା ପୁଲିସ ଅଧି କାରୀ ବାଇକ ରେ ପ୍ରମୁଖ ସହରାଞ୍ଚଳରେ ପଟ୍ରୋଲି କରିବେ । ଜନଗହଳିପୂର୍ଣ ସହରାଞ୍ଚଳ ପରିବେଶକୁ ପ୍ରଭାବଶାଳୀ ଭାବରେ ନାଭିଗେଟ୍ କରିବା, ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବା ଏବଂ ସହର ବାସିନ୍ଦା ଓ ବିଭିନ୍ନ ନାଗରିକ ସମାଜ ସହିତ ଜଡ଼ିତ ହେବା ପାଇଁ ଇ-ବିଟ୍ ଟେକ୍ନୋଲୋଜି ଆପ୍ ଜରିଆରେ ଅଧି କାରୀଙ୍କୁ ତାଲିମ ଦିଆଯାଇଛି ।

ଏହା ସାଧାରଣ ଲୋକଙ୍କ ପାଇଁ ଅଧିକ ଦୃଶ୍ୟମାନ ହେବା ସହ କଷ୍ଟକର ଅଞ୍ଚଳ ତଥା ସଂକୀର୍ଣ୍ଣ, ଜନ ଗହଳି ପୂର୍ଣ୍ଣ ସ୍ଥାନ ଗୁଡ଼ିକରେ ଶୀଘ୍ର ପ୍ରବେଶ କରିବାରେ ସହାୟକ ହେବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ କନ୍ଧମାଳ ଏସପି ଶ୍ରୀ ହରିଶ ବିଶି ସୂଚନା ଦେଇଛନ୍ତି । ଆଦର୍ଶ ଟାଉନ ଥାନା ପରିସରରେ କନ୍ଧମାଳ ଏସ୍ପି ହରିଶ ବିସି ଆଜି ଏହି ବ୍ୟବସ୍ଥାର ଶୁଭାରମ୍ଭକରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ସଦର ଏସ୍ତିପିଓ ଶୁଭୁଜିତ ବିଶ୍ବଳ, ଥାନା ଅଧି କାରୀ ପି.ସ୍ୱରୂପ କିଷନଙ୍କ ସମେତ ବହୁ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।














