ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ବାଲିଗୁଆଲି ସ୍ଥିତ ପ୍ରିୟଙ୍କା ଦେବୀ ଗ୍ରୁପ ଅଫ ଇନଷ୍ଟି ଚ୍ୟୁଟରେ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି । ପ୍ରିୟଙ୍କା ଦେବୀ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଡ଼ା. ବାବୁଲା ବେହେରା ମୁଖ୍ୟ ଅତିଥି ରୂପେ ଯୋଗଦେଇ ବିଶ୍ଵ ସ୍ତନ୍ୟପାନ ସପ୍ତାହରେ ସ୍ତନ୍ୟପାନ ର ଗୁରୁତ୍ଵ ସମ୍ପର୍କରେ ଆଲୋକପାତ କରିଥିଲେ । ମୟୂରଭଞ୍ଜ କଲେଜ ଅଫ ନର୍ସିଂ ର ଅଧ୍ୟକ୍ଷା ମଧୁସ୍ମିତା ରଥ ମୁଖ୍ୟବକ୍ତା ରୂପେ ଯୋଗ ଦେଇ ସ୍ତନ୍ୟପାନକୁ ପ୍ରାଥମିକତା ଦିଅନ୍ତୁ ବୋଲି କହିଥିଲେ ।















