କନ୍ଧମାଳ (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ରୋଟାରୀ କ୍ଲବ୍ ର ୪୫ ତମ ଅଧିଷ୍ଠାନ ଉତ୍ସବ ସେନାପତି ରିସିଡେନସି ଠାରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ ଆଇଏସ ଅଫିସର (ଡି ଜି ଇ ଆର ଆଇ) ରୋଟାରିଆନ ଅନିଲ କୁମାର ସାମଲ ଯୋଗ ଦେଇ ରୋଟାରୀର ସେବା ଭାବନାର ଉଚ୍ଚ ପ୍ରଶଂସା କରିଥିଲେ । ଏଥି ସହିତ ଗତ ବର୍ଷ ଅର୍ଥାତ ୨୦୨୪-୨୫ ବର୍ଷରେ ରୋଟାରି କ୍ଲବ ଫୁଲବାଣୀ ର ଉଲେଖନୀୟ କାର୍ଯ୍ୟକ୍ରମ ପାଇଁ ଇଣ୍ଡିଆ ବୁକ ରେକର୍ଡ ଏବଂ ଏସିଆ ଵୁକ ରେକର୍ଡରେ ସ୍ଥାନ ପାଇଥିବାରୁ ସମସ୍ତ କର୍ମକର୍ତାଙ୍କୁ ଧନ୍ୟବାଦ ଦେଇଥିଲେ l















