ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) :- ନୟାଗଡ଼ ସହର ନିକଟସ୍ଥ ଲେଖନପୁର ଠାରେ ଗଢିଉଠିଥିବା ସମର୍ପଣ ବୃଦ୍ଧାଶ୍ରମ ହେଉଛି ଅସହାୟ ମାନଙ୍କର ସହାୟ l ଅବହେଳିତ,ନିଷ୍ପେସିତ,ନିର୍ଯ୍ଯାତିତ, ଲାଞ୍ଛିତ ତଥା ନିଃସହାୟ ବୃଦ୍ଧବୃଦ୍ଧା ମାନଙ୍କ ପାଇଁ ସମର୍ପଣ ହେଉଛି ଏକ ନିରାପଦ ନିବାସ । ୨୦୧୯ ମସିହାରେ ଗଢି ଉଠିଥିବା ଏହି ସମର୍ପଣ ବୃଦ୍ଧାଶ୍ରମରେ ୨୫ ଜଣ ଅନ୍ତେବାସୀ ରହିଆସୁଛନ୍ତି। ଏମାନଙ୍କର ଭଲମନ୍ଦ ବୁଝାବୁଝି କରିବା ପାଇଁ ୨୫ ଜଣ ସଦସ୍ଯଙ୍କୁ ନେଇ ଏକ ସାଧାରଣ ପରିଷଦ ଗଠନ ହୋଇଥିବା ବେଳେ ସେମାନଙ୍କ ମଧ୍ଯରୁ ୦୭ ଜଣ ସଦସ୍ଯଙ୍କୁ ନେଇ ଏହାର ଗଭର୍ଣ୍ଣିଂବଡି ଗଠିତ । ଯେଉଁ ଗଭର୍ଣ୍ଣିଂବଡିରେ ଜିଲ୍ଲାପାଳ ସଭାପତି ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ହେଉଛନ୍ତି ସଦସ୍ଯ ।
ଏହି ଦୁଇ ଜଣ ସଦସ୍ଯ ଏକ୍ସଅଫିସିଓ ସଦସ୍ଯ ଭାବେ କାର୍ଯ୍ୟ କରୁଥିବା ବେଳେ ଅନ୍ୟ ୦୫ ଜଣ ସଦସ୍ଯ ପ୍ରତି ୦୩ ବର୍ଷରେ ଥରେ ନିର୍ବାଚିତ ହୋଇଥାନ୍ତି। ଏହି ପରିପ୍ରେକ୍ଷୀରେ ସାଧାରଣ ପରିଷଦ ସଭା ଅନୁଷ୍ଠିତ ହୋଇ ଥିଲା। ଜିଲ୍ଲାପାଳଙ୍କ ପ୍ରତିନିଧି ଭାବେ ଅତିରିକ୍ତ ଜିଲ୍ଲାପାଳ ମାନନୀୟା ରୋଜିନା ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସମର୍ପଣ ପରିଚାଳନା ଗତ ଅନେକ ଗୁରୁତ୍ବପୂର୍ଣ୍ଣ ବିଷୟ ଆଲୋଚନା ହେବା ସହିତ ନୂତନ ପରିଚାଳନା କମିଟି ଗଠନ ହୋଇଥିଲା।କାର୍ଯ୍ଯକାରୀ ସଭାପତି ଭାବେ ଅରୁଣ କୁମାର ମହାନ୍ତି ମନୋନୀତ ହୋଇଥିଲା ବେଳେ ସଂପାଦକ ଭାବେ ଶ୍ରୀଧର ସାହୁ, କୋଷାଧ୍ଯକ୍ଷ ଭାବେ ସନ୍ତୋଷ କୁମାର ନାୟକ ଓ ସଦସ୍ଯ ଭାବେ ପ୍ରସନ୍ନ କୁମାର ବସନ୍ତିଆ ଏବଂ ପ୍ରଦୀପ କୁମାର ପ୍ରୁଷ୍ଟି ମନୋନୀତ ହୋଇଥିଲେ।














