ବାଲିଗୁଡା (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ଚଳିତ ମାସ ୨୭ ତାରିଖ ଗୁରବାର ଦିନ ହେଉଛି ରାକ୍ଷୀପୂର୍ଣ୍ଣିମା। ଭଉଣୀଟିଏ ଯେତେ ଦୂରରେ ଥିଲେ ବି ରାକ୍ଷୀପୂର୍ଣ୍ଣିମାରେ ନିଜ ଭାଇ ପାଇଁ ରାକ୍ଷୀ ପଠାଇବାକୁ ଭୁଲି ନ ଥାଏ। ଭାଇ ଦେଶ ଭିତରେ ଥାଉ କି ଦେଶ ବାହାରେ ଥାଉ ରାକ୍ଷୀ ପଠାଇବା ପାଇଁଭଉଣୀ ଖୋଜେ ମାଧ୍ୟମ। କହିବାକୁ ଗଲେ ରାକ୍ଷୀପୂର୍ଣ୍ଣିମା ହେଉଛି ଗୋଟିଏ ପର୍ବ ଯେଉଁଠି ଭାଇଭଉଣୀର ପବିତ୍ର ସମ୍ପର୍କ କୁ ଦୁରେଇ ପାରି ନଥାଏ ଦୂରତା। ରାକ୍ଷୀପୂର୍ଣ୍ଣିମା ପାଇଁ କିଛି ଦିନ ଆଗରୁ ଭାଇ ଭଉଣୀଙ୍କ ମନରେ ଦେଖା ଦେଇଥାଏ ଉତ୍ସାହ।

ଏ ନେଇ ବାଲିଗୁଡା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ରାକ୍ଷୀପୂର୍ଣ୍ଣିମାକୁ ନେଇ ସବୁସ୍ତରର ଲୋକେ ଚଳାଇଛନ୍ତି ବ୍ୟାପକ ପ୍ରସ୍ତୁତି। ବାଲିଗୁଡା ସହରର ବିଭିନ୍ନ ସାହି ବସ୍ତିରେ ଖୋଲିଥିବା ରାକ୍ଷୀ ଦୋକାନ ଗୁଡିକରେ ରାକ୍ଷୀ କିଣିବା ପାଇଁ ଦିନକୁ ଦିନ ପ୍ରବଳ ଭିଡ ଜମୁଥିବା ଲକ୍ଷ୍ୟ କରାଯାଇଛି। ଭଉଣୀ ମାନେ ନିଜ ଭାଇ ପାଇଁ ରାକ୍ଷୀ କିଣି ସାଇତି କରି ରଖୁଥିଲା ବେଳେ ଭାଇ ମାନେ ନିଜ ଭଉଣୀ ପାଇଁ ମନ ପସନ୍ଦର ଉପହାର କିଣିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି।

ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀ ଘରକୁ ଆସିବ ବୋଲି କିଏ ସ୍ବତନ୍ତ୍ର ପ୍ରସ୍ତୁତି କରିଥିବା ବେଳେ ଆଉ କିଏ ଆସନ୍ତା ୨୭ ତାରିଖ ଗୁରବାର ଦିନ ଭଉଣୀ ଘରକୁ ଯିବା ପାଇଁ ସଜବାଜ ହେଉଛି। ବିଗତ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ଅଞ୍ଚଳରୁ ଭାରତୀୟ ଡାକବିଭାଗ ଜରିଆରେ ବହୁ ରାକ୍ଷୀ ଆସି ପହଞ୍ଚି ସାରିଥିବା ବେଳେ ବାଲିଗୁଡା ରୁ ମଧ୍ୟ ଡାକ ବିଭାଗ ମାଧ୍ଯମରେ ଶହ ଶହ ରାକ୍ଷୀ ରାଜ୍ୟ ଓ ରାଜ୍ୟ ବାହାରକୁ ପଠା ଯାଇଥିବା ଜଣାପଡିଛି।

ଭାଇ ଓ ଭଉଣୀ ମଧ୍ଯରେ ସ୍ନେହର ପର୍ବ ରାକ୍ଷୀ ପୂର୍ଣ୍ଣିମାକୁ ଆଉମାତ୍ର କେଇଟା ଦିନ ବାକି ଥିଲା ବେଳେ ଦୂରରେ ରହୁଥିବା ଭାଇମାନଙ୍କ ପାଖରେ ରାକ୍ଷୀ ଯେପରି ସଠିକ୍ ସମୟରେ ପହଞ୍ଚିପାରିବ ସେଥି ପାଇଁ ଭଉଣୀ ବ୍ୟାକୁଳ ହୋଇପଡୁଥିବା ଦେଖିବାକୁ ମିଳୁଛି । ଏଭଳି ସମୟରେ ବାଲିଗୁଡା ସହର ତଥା ଏହାର ଆଖପାଖ ଅଞ୍ଚଳର ସଚେତନ ନାଗରିକଙ୍କ ଏକମାତ୍ର ସର୍ବୋତ୍ତମ ଭରସା ପାଲଟିଛି ଭାରତୀୟ ଡାକସେବା ।

ବାଲିଗୁଡା ଡାକମଣ୍ଡଳ ଅଧୀନସ୍ଥ ବାଲିଗୁଡା ପ୍ରଧାନ ଡାକଘର ସମେତ, ଉପ ଡାକଘର, ଗ୍ରାମୀଣ ଶାଖା ଡାକଘର ଗୁଡିକରେ ରାକ୍ଷୀ ପଠାଇବାକୁ ପ୍ରବଳ ଗହଳି ଲାଗି ରହୁଥିବା ଦେଖୁବାକୁ ମିଳୁଛି । ସାଧାରଣ ଦିବସ ଅପେକ୍ଷା ରାକ୍ଷୀ ପୂର୍ଣ୍ଣିମା ପାଇଁ ଡାକଘର ଗୁଡିକରେ ଗ୍ରାହକଙ୍କ ଭିଡ ଜମୁଛି । କିଏ ଜିଲ୍ଲା ଜିଲ୍ଲା ଭିତରେ ତ ଓ କିଏ ତ ଓ କିଏ ବିଦେଶକୁ ରାକ୍ଷୀ ପଠାଉଛନ୍ତି ଠିକ୍ ସମୟରେ ରାକ୍ଷୀ କିଭଳି ଭାଇଙ୍କ ପାଖ ପହଞ୍ଚିବ ସେଥିପାଇଁ ଭଉଣୀ ଆଗୁଆ ସ୍ପିଡ଼ ପୋଷ୍ଟ କରୁଥିବା ଦେଖିବାକୁ ମିଳୁଛି ।

ବର୍ଷ ବର୍ଷ ଧରି ରାକ୍ଷୀ ପଠାଇବା ପାଇଁ ଭରସା ପାଲଟିଛି ଭଛି ଭାରତୀୟ ଡାକସେବା । ବାଲିଗୁଡା ଡାକମଣ୍ଡଳ ତରଫରୁ ବାଲିଗୁଡା ତଥା ଏହାର ଆଖପାଖ ପ୍ରଧାନ ଡାକଘର ସମେତ ସମସ୍ତ ଉପ ଡାକଘର ଏବଂ ଗ୍ରାମୀଣ ଶାଖା ଡାକଘର ଗୁଡିକରେ ଗ୍ରାହକମାନେ ଯେପରି ସୁବିଧାରେ ରାକ୍ଷୀ ପଠାଇପାରିବେ ତାହାକୁ ଦୃଷ୍ଟିରେ ରଖି ବ୍ୟାପକ ପଦକ୍ଷେପ ମାନ ଗ୍ରହଣ କରାଯାଇଛି । ହିନ୍ଦୁ ସଂସ୍କୃତି ଅନୁସାରେ ଗହ୍ମାପୂର୍ଣ୍ଣିମାରେ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧିଥା ଥାଏ I

ଭାଇ ଯେତେ ଦୂରରେ ଥୂଲେ ବି ଭଉଣୀ ନିଜର ଭାଇ ନିକଟକୁ ସ୍ନେହର ସେହି ପ୍ରତୀକକୁ ପଠାଇଥାଏ । ଡିଜିଟାଲ୍ ତଥା ଅନ୍ଲାଇନ୍ ଯୁଗରେ ବି ଭାରତୀୟ ଡାକ କସେବା ଶହ ଶହ ଜନତାଙ୍କ ତାଙ୍କ ପାଇଁ ରାକ୍ଷୀ ପଠାଇ ପଠାଇବା ସକାଶେ ସର୍ବୋତ୍ତମ ଭରସା ପାଲଟିଥିବା ଦେଖିବାକୁ ମିଳୁଛି । ରାକ୍ଷୀପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ବାଲିଗୁଡା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳର ମିଠା ବ୍ୟବସାୟୀ ମାନେ ରଙ୍ଗ ବେରଙ୍ଗ ର ନୂତନ ଡିଜାଇନ୍ର ସ୍ବାଦିଷ୍ଟ ମିଠା ପ୍ରସ୍ତୁତ କରିବା ଲାଗି ଏବେଠୁ ଯୋଜନା କରୁଥିବା ଜଣାପଡିଛି।