No Result
View All Result
ଖୋର୍ଦ୍ଧା-ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) :- ଖୋର୍ଦ୍ଧାରୋଡ ରେଳ ମଣ୍ଡଳରେ କାର୍ଯ୍ୟରତ ମଣ୍ଡଳର ବରିଷ୍ଠ ବାଣିଜ୍ୟ ପ୍ରବନ୍ଧକ ଶ୍ରୀ ଗିରିଶ ଚନ୍ଦ୍ର ନାୟକଙ୍କ ଆଜିଥିଲା ଚାକିରୀ ଜୀବନର ଅନ୍ତିମ ଦିନl ଶ୍ରୀ ନାୟକ ଜଣେ ସଚୋଟ ଓ଼ ନିଷ୍ଠାପର ଅଫିସର ଥିଲେ, ସେ ବାଣିଜ୍ୟ ବିଭାଗ କର୍ମଚାରୀ ମାନଙ୍କୁ ନିଜର ଭାଇ ବନ୍ଧୁ ପରି ବ୍ୟବହାର କରି ଆବଶ୍ୟକତା ଠାରୁ ଅଧିକ କାର୍ଯ୍ୟହାସଲ କରିବାରେ ମାହିର ଥିଲେ l
ସେହିପରି କର୍ମଚାରୀଙ୍କ ଅସୁବିଧା ସମୟରେ ଦୁର୍ଗଭଳି ଠିଆ ହେଉଥିଲେl ୨୦୨୧ ରୂ ମଣ୍ଡଳ ବାଣିଜ୍ୟ ପ୍ରଭନ୍ଧକ ଭାବେ ଯୋଗ ଦେଇ ନିଜ କାର୍ଯ୍ୟଭାର ସମ୍ଭାଳିଥିଲେl ଗତ ମାସରେ ମଣ୍ଡଳ ବରିଷ୍ଠ ବାଣିଜ୍ୟ ପ୍ରଭନ୍ଧକ ଭାବେ ପଦୋନ୍ନତି ପାଇଥିଲେ l ତାଙ୍କ ବିଦାୟରେ ବାଣିଜ୍ୟ ବିଭାଗ କର୍ମଚାରୀ ମାନେ ଅତ୍ୟନ୍ତ ମର୍ମାହତ ବୋଲି ଶ୍ରମିକ କଂଗ୍ରେସ ଶାଖା ସମ୍ପାଦକ ତଥା ଟିକେଟ ଚେକିଙ୍ଗ ଷ୍ଟାଫ ସଂଘର ପୂର୍ବତନ ମଣ୍ଡଳ ସମ୍ପାଦକ ଶ୍ରୀ ଏଲ ଡ଼ି ମହାନ୍ତି ପ୍ରକାଶ କରିଥିଲେ l
ଆଜି ଶ୍ରୀ ନାୟକଙ୍କୁ ତାଙ୍କ ପ୍ରକୋଷ୍ଠରେ ଶ୍ରମିକ କଂଗ୍ରେସର ମଣ୍ଡଳ ସଂଯୋଜକ ଶ୍ରୀ ସୁନୀଲ ଭଞ୍ଜ, କେନ୍ଦ୍ରୀୟ ପଦ୍ଧାଧିକାରୀ ଶ୍ରୀ ପ୍ରମୋଦ ସାହାଣୀ,ଏମ ଜି କେ ରାଓ,ସୁବ୍ରତ ପଣ୍ଡା,ଶରତ ପଣ୍ଡା,ଶାଖା ସମ୍ପାଦକ ଶ୍ରୀ ମହାନ୍ତି ସମେତ ବହୁ କର୍ମୀ ସାକ୍ଷାତ କରି ଉତ୍ତରୀୟ , ପୁଷ୍ପଗୁଛ ଓ଼ ଉପହାର ଦେଇ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ l

No Result
View All Result