No Result
View All Result
ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲା ମୋହନା ବ୍ଲକ ଦୁର୍ଗମ ଅଞ୍ଚଳ ରେ ଥିବା ଗୁରୁଝୁଳୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସର ସଭା ଗୃହ ରେ ଗୁରୁଝୁଳୀ ଗ୍ରାମର ୫୨ ନମ୍ବର ବୁଥ ରେ କେନ୍ଦ୍ର ସରକାର ଙ୍କ ୧୧ ବର୍ଷ ଓ ରାଜ୍ୟ ସରକାର ଙ୍କ ଏକ ବର୍ଷ ଯୋଜନା ଉପରେ ଆଜି ଦିନ ଗୋଟାଏ ସମୟରେ ଆଲୋଚନା କରାଯାଇଥିଲା l
ଏହି କାର୍ଯ୍ୟକ୍ରମ ରେ ଭାରତୀୟ ଜନତା ପାର୍ଟି ଓଡିଶା ରେ ଏକ ବର୍ଷ ର ସରକାର ର ଉପଲବ୍ଧି ବିଷୟ ରେ ଲୋକଙ୍କୁ ବୁଝାଇଥିଲେ । ଆଗାମୀ ଦିନରେ ସରକାର ଙ୍କ ସମସ୍ତ ଯୋଜନା କିଭଳି ଲୋକଙ୍କ ପାଖରେ ପହଞ୍ଚି ପାରିବ ତାହା ଆଲୋଚନା କରିଥିଲେ ।
କାର୍ଯ୍ୟକ୍ରମ ରେ ରାଜ୍ୟ ଓବିସି ମୋର୍ଚ୍ଚା ସଦସ୍ୟ ଜିତେନ୍ଦ୍ର କୁମାର ବେହେରା, ଅଡବା ମଣ୍ଡଳ ସଭାପତି ରାଜେନ୍ଦ୍ର ପାତ୍ର, ସାଧାରଣ ସମ୍ପାଦକ ମୁକ୍ତିମଣ୍ଡପ ଦଣ୍ଡସେନା, ଆଣ୍ଟି ରାମାରାଓ ଆଚାରୀ,ଉପସଭାପତି ମହେଶ୍ଵର ରାଉତ ଙ୍କ ସହ ବହୁ ସଂଖ୍ୟା ରେ ମହିଳା ଓ ପୁରୁଷ ମାନେ ଯୋଗ ଦେଇଥିଲେ l

No Result
View All Result