No Result
View All Result
ଆର,ଉଦୟଗରି (ଓଡ଼ିଶା ତାଜା ନ୍ୟୁଜ୍) :- ପେଟପାଟଣା ପାଇଁ ଗଜପତି ଜିଲ୍ଲାର ନିଜ ଭିଟା ମାଟିକୁ ଛାଡି କେରଳ ଯାଇଥିବା ଜଣେ ଦାଦନ ଶ୍ରମିକଙ୍କ ପୁଣି ସେଠାରେ ମୃତ୍ୟୁ ଘଟିଥିବା ଜଣାଯାଇଛି. ମୃତ ଦାଦନ ଶ୍ରମିକ ହେଲେ ଗଜପତି ଜିଲ୍ଲା ମୋହନା ବ୍ଲକ ଗରଡ଼ମା ଗାଁର ମହେନ୍ଦ୍ର ବଳିୟାର ସିଂ (୪୦) । ଟ୍ରେନ ଧକ୍କାରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ସୂଚନା ଦେଇଛନ୍ତି ।
ପରିବାର ଲୋକେ ଅତ୍ୟନ୍ତ ଗରିବ ହେତୁ କେରଳରୁ ଶବ ଫେରାଇ ଆଣିବାକୁ ସରକାରଙ୍କୁ ନିବେଦନ କରିଛନ୍ତି । ପରିବାର ଲୋକଙ୍କ ସୂଚନା ପ୍ରକାରେ ଗତ ସପ୍ତାହ ତଳେ ଗାଁର କିଛି ବ୍ୟକ୍ତିଙ୍କ ସହ ଦାଦନ ଖଟିବାକୁ ମହେନ୍ଦ୍ର କେରଳ ଯାଇଥିଲେ । କେରଳର ଏର୍ଣ୍ଣାକୁଲମ ଜିଲ୍ଲା ଆଲୱ ଥାନା ଅଞ୍ଚଳରେ ରହି କାମ କରୁଥିଲେ ।
ସୋମବାର ସକାଳେ ସ୍ଥାନୀୟ ରେଳ ଧାରଣା ନିକଟରେ ତାଙ୍କର କ୍ଷତବିକ୍ଷତ ମୃତଦେହକୁ ରେଳବାଇ ପୋଲିସ ଉଦ୍ଧାର କରିଥିଲା. ଟ୍ରେନ ଧକ୍କାରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ପରିବାର ଲୋକେ କହିଛନ୍ତି. ସେଠାରେ ମୃତଦେହ ବ୍ୟବଚ୍ଛେଦ କରାଯାଇଛି । ମୃତ ମହେନ୍ଦ୍ରଙ୍କ ପରିବାର ଅତ୍ୟନ୍ତ ଗରିବ. ଘରେ ତାଙ୍କର ସ୍ତ୍ରୀ ଓ ଚାରି ଛୋଟ ଛୁଆ ଅଛନ୍ତି । ତେଣୁ ତାଙ୍କ ପରିବାରକୁ ସରକାର କିଛି ଆର୍ଥିକ ସହାୟତା ପ୍ରଦାନ କରିବା ସହ ଶବ ଫେରାଇ ଆଣିବାକୁ ନିବେଦନ କରିଛନ୍ତି ।

No Result
View All Result